ବାରିପଦା – ସିପିଆଇ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲା ଈଛାଘୁଟୁ ଏବଂ ବଡ଼ସାଦମା ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି l ସାଥୀ ସୁରେଇ ହାଂସଦାଙ୍କ ସଭାପତିତ୍ବରେ ଇଚ୍ଛାଘୁଟୁ ଠାରେ ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ସାଥୀ ରାମାଇ ସୋରେନ ପତାକା ଉତ୍ତୋଳନ କରି ଥିଲେ। ସିପିଆଇ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର ସମ୍ମିଳନୀକୁ ଉଦଘାଟନ କରି କମ୍ୟୁନିଷ୍ଟ ପାର୍ଟିର ନୀତି, ଆଦର୍ଶ, ପ୍ରତିବଦ୍ଧତା କୁ ବଜାୟ ରଖିବାକୁ ଉଦ୍ୟମ କଲେ ଶ୍ରମିକ, କୃଷକ, ନିମ୍ନ ମଧ୍ୟବିତ୍ତ,ସକଳ ଜନଗଣ ସେମାନଙ୍କ ଅଧିକାର ପାଇ ପାରିବେ। ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସାଥୀ ଡ଼ା ପ୍ରଶାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଲେ, ଦେଶର ସମ୍ବିଧାନ ଆମକୁ ସମାନ ଅଧିକାର ପ୍ରଦାନ କରିଥିଲେ ମଧ୍ୟ ଶାସକମାନଙ୍କ ପୁଞ୍ଜିବାଦୀ ଅର୍ଥନୈତିକ ଶୋଷଣ ନୀତିକୁ ଅନୁସରଣ କରିବା କାରଣରୁ ଧନୀ ଓ ଗରିବ ମଧ୍ୟରେ ପାତର ଅନ୍ତର ବୃଦ୍ଧି ପାଉଛି। ସାମାଜିକ ବୈଷମ୍ୟ ଉତ୍କଟ ରୂପ ଧାରଣ କଲାଣି। ଖଟିଖିଆ ମଜୁରୀଆ ମେହେନତୀ ମଣିଷ ଶିକ୍ଷିତ, ସଚେତନ ଓ ସଂଗଠିତ ହେଲେ ଏହା ବିରୁଦ୍ଧରେ ସଂଗ୍ରାମ ତୀବ୍ର ହୋଇ ପାରିବ। ଜୋନ୍ ସମ୍ପାଦକ ସାଥୀ ପାରାଉ ହାଁସଦା ଏକ ହୋଇ କାମ କଲେ ଆମ ଅଞ୍ଚଳର ସମସ୍ୟା ସମାଧାନ ହୋଇ ପାରିବ ବୋଲି କହିଛନ୍ତି। ଆଜିର ସମ୍ମିଳନୀରେ ଶୁକଲାଲ ସୋରେନ,ଉଦୟ ହାଁସଦା,ଶରତ ବିନ୍ଧାଣି,ଦାଖିଣ ସୋରେନ,ଆନପ ହାଁସଦା,ସଲମାବତୀ ମୁର୍ମୁ,ଯୂଇ ହାଁସଦା,ରାନ ହାଁସଦା, ପାର୍ବତୀ ବାସ୍କେ ,ସାର ମୁର୍ମୁ, ଲକ୍ଷ୍ମଣ ସୋରେନ,ଦୂଲୀ ହାଁସଦା,ପାଉରା ଟୁଡୁ, ସରସ୍ଵତୀ ସୋରେନ, ସୂର୍ଯ୍ୟମଣି ହାଁସଦା, ଶିଙ୍ଗ ସୋରେନ,ସାକିଲା ମୁର୍ମୁ, ରୁକ୍ମଣୀ ସୋରେନ, ମାଳତୀ ହାଁସଦା, କୁନ୍ତା ସୋରେନ,ସାଲଗେ ହାଁସଦା,ଶେରପା ମୁର୍ମୁ ପ୍ରମୁଖ ସାଥୀମାନେ ଉପସ୍ଥିତ ଥିଲେ। ସର୍ବ ସମ୍ମତି କ୍ରମେ ସାଥୀ ରାମାଇ ଚରଣ ସୋରେନକୁ ଆଗାମୀ ବର୍ଷ ପାଇଁ ଶାଖା ସମ୍ପାଦକ ଭାବେ ନିର୍ବାଚିତ କରାଯାଇଛି।ସେହିପରି ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗ ଜୋନ୍ ଅନ୍ତର୍ଗତ ବଡସାଦମା ଶାଖା ସମ୍ମିଳନୀ ସାଥୀ ଉମେଶ ଚନ୍ଦ୍ର ଧଳ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି।
ମହିଳା ସାଥୀ ପାର୍ବତୀ ମୁର୍ମୁ ପତାକା ଉତ୍ତୋଳନ କରି ଥିଲେ। ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର ସମ୍ମିଳନୀକୁ ଉଦଘାଟନ କରି କହିଛନ୍ତି ବିଜେପି କ୍ଷମତା ଦଖଲ କଲା ପରେ ଶ୍ରମଜୀବୀ ମଣିଷ ଉପରେ ଶୋଷଣ ବଢ଼ିଛି। ସେମାନଙ୍କ ତେଲ ଲୁଣ ର ସଂସାର ଉପରେ ଆକ୍ରମଣ ଜୋରଦାର ହୋଇଛି। ପୁଞ୍ଜିପତି ମାନଂକ ସ୍ୱାର୍ଥକୁ ମୋଦି ସରକାର ପ୍ରାଧାନ୍ୟ ଦେଇ ସେମାନଙ୍କ କୋଟି କୋଟି ଟଙ୍କାର ଋଣ ଛାଡ କରିଥିବା ବେଳେ ଆମ ଉପରେ ଟିକସ ବୋଝ ଲଦି ଦେଉଛନ୍ତି। ଧର୍ମ ନାମରେ ଆମକୁ ଭାଗ ଭାଗ କରି ଆମର ମୌଳିକ ଅଧିକାରକୁ ଛଡ଼େଇ ନିଆଯାଉଛି। ଗ୍ରାମାଞ୍ଚଳର ବହୁମୁଖି ସମସ୍ୟା ସମାଧାନ ହୋଇ ପାରୁନି। ଆମେ ଏକଜୁଟ ହୋଇ ଆମର ପ୍ରାପ୍ୟ ପାଇଁ ଲଢେ଼ଇକୁ ଜୋରଦାର କରିବାକୁ ହେବ। ଜୋନ୍ ସମ୍ପାଦକ ସାଥୀ ପାରାଉ ହାଁସଦା ଏ ଅଞ୍ଚଳରେ କୃଷକ, ଶ୍ରମିକ, ଆଦିବାସୀ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଏକତ୍ରିତ ହେବାର ସମୟ ଆସିଛି ବୋଲି କହିଛନ୍ତି।ଏ ସମ୍ମିଳନୀରେ ଦାରସାହି ଶାଖାର ସମ୍ପାଦକ ସାଥୀ ଶରତ ବିନ୍ଧାଣି, କର୍ମୁ ଲୋହାର, ପାନ୍ଧଡା ଶାଖା ସମ୍ପାଦକ ସାଥୀ ଦୂର୍ଗା ମାରାଣ୍ଡି ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି ଶାଖାର ସାଥୀ ଫୁଲ ମଣି ମୁର୍ମୁ, ଲକ୍ଷ୍ମୀମଣି ସୋରେନ, ସିଧିଲାଲ ହେମ୍ବ୍ରମ, ପଦ୍ମାବତୀ ପାତ୍ର, ଅନ୍ୟ ଧଳ, ଶାଙ୍କ୍ଷୀ ମାରାଣ୍ଡି, କୌଶଲ୍ୟା ଧଳ, ତରଙ୍ଗିନି ପାଟ ବିନ୍ଧା,ପୁତି ବାସକେ, ଆଲ୍ଲା ଦିନ ଧଳ,ଧାନି ଟୁଡୁ,ପାନି ମାରାଣ୍ଡିଙ୍କ ସମେତ ବହୁ ସାଥୀ ଯୋଗ ଦେଇ ଥିଲେ।