ବାରିପଦା – ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ନିର୍ଦେଶରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ , ବାରିପଦା ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳନ ସମାରୋହ, ୨୦୨୫ ଉପଲକ୍ଷେ ଜିଲ୍ଲାସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ବାରିପଦାସ୍ଥିତ ଲେଡି ହାମିଲଟନ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଅଛି l ଜିଲ୍ଲାର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ l ପ୍ରାଥମିକ ବିଦ୍ୟାଳୟ ସ୍ତରୀୟ ରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ସୁନାମୁହିଁ ର ପଞ୍ଚମ ଶ୍ରେଣୀର ଛାତ୍ରୀ ସୋନାଲିକା ସିଂ , ସରକାରୀ ପ୍ରାଥମିକ ବିଦ୍ୟାଳୟ, ମାଧବପୁର ର ପଞ୍ଚମ ଶ୍ରେଣୀର ଛାତ୍ରୀ କମଳ ଖୁସପ୍ରିତା କଟିର , ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମେଣ୍ଡାଖାଇ ର ପଞ୍ଚମ ଶ୍ରେଣୀର ଛାତ୍ରୀ ଅନୁପ୍ରଭା ଚୌଧୁରୀ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଛନ୍ତି l ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରୀୟରେ ଝାରପୋଖରିଆ ଉଚ୍ଚ ବିଦ୍ୟାଳୟ, ସରସକଣା ର ଅଷ୍ଟମ ଶ୍ରେଣୀର ଛାତ୍ରୀ ଅଙ୍କନ ପ୍ରଭା ବେହେରା , ଲେଡି ହାମିଲଟନ ସରକାରୀ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ସ୍ଵାଗତିକା ପଣ୍ଡା , ଏମପିକେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ବାରିପଦା ର ଅଷ୍ଟମ ଶ୍ରେଣୀର ଛାତ୍ରୀ ଆଦ୍ୟାଶା ଦାସ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଛନ୍ତି l ସେହିପରି ଉଚ୍ଚ ବିଦ୍ୟାଳୟ ସ୍ତରୀୟ ରେ ଓଏଭି, ଗରୁଡ଼ବସା, ବେତନଟୀ ର ଦଶମ ଶ୍ରେଣୀର ଛାତ୍ରୀ ଦିବ୍ୟାଂଶୀ ଦାଶ, ଲାଲମୋହନପତି ସରକାରୀ ଉଚ୍ଚ ବିଦ୍ୟାଳୟ, ଧନପୁର ର ନବମ ଶ୍ରେଣୀର ଛାତ୍ରୀ ପ୍ରିୟଙ୍କା ବେହେରା,ଏମପିକେ ଉଚ୍ଚ ବାଳିକା ବିଦ୍ୟାଳୟ, ବାରିପଦା ର ନବମ ଶ୍ରେଣୀ ର ଛାତ୍ରୀ ତନୁଶ୍ରୀ ଦାସ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଛନ୍ତି l ସେହିପରି ମହାବିଦ୍ୟାଳୟ ସ୍ତରୀୟରେ କପ୍ତିପଦା ମହାବିଦ୍ୟାଳୟ ର ଏକାଦଶ ଶ୍ରେଣୀ ର ଛାତ୍ରୀ ରୋଜାଲିନ ଖଣ୍ଡା, କୃଷ୍ଣଚନ୍ଦ୍ରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାରିପଦା ର ଏକାଦଶ ଶ୍ରେଣୀର ଛାତ୍ରୀ ଗୀତାଞ୍ଜଳୀ ମହାନ୍ତ,କପ୍ତିପଦା ମହାବିଦ୍ୟାଳୟ ର ଏକାଦଶ ଶ୍ରେଣୀର ଛାତ୍ର ମାନସ କୁମାର ବେହେରା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଛନ୍ତି l ବକ୍ତୃତା ପ୍ରତିଯୋଗିତାକୁ ଅନୁଷ୍ଠାନିକ ଭାବେ ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୀନାରାଣୀ ପାତ୍ର ଉଦଘାଟକ କରିଥିଲେ l ସ୍ୱାଗତଭାଷଣ ଶିକ୍ଷକ ଡ଼ ଶଶୀଧର ବିଶ୍ୱାଳ କରିଥିଲା ବେଳେ ଧନ୍ୟବାଦ ଅର୍ପଣ ଶିକ୍ଷକ ମନୋଜ ପରିଡା, ପ୍ରତିଯୋଗିତା ପରିଚାଳନା ଶିକ୍ଷକ ଦୀପକ ରାମ କରିଥିଲେ l ବିଚାରକ ଭାବେ ଆଞ୍ଚଳିକ ମହାବିଦ୍ୟାଳୟ, ଗଡିଆର ଅବସରପ୍ରାପ୍ତ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାମଲ, ଏମକେସି ସରକାରୀ ଉଚ୍ଚ ବିଦ୍ୟାଳୟ, ବାରିପଦାର ଅବସରପ୍ରାପ୍ତ ଶିକ୍ଷକ ଅତୁଲ କୁମାର ପରିଡା, କମଳା ନେହେରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବାରିପଦାର ଶିକ୍ଷୟତ୍ରୀ ମମତା ସାହୁ, ଶରତଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ, ବାରିପଦାର ଶିକ୍ଷୟତ୍ରୀ ବର୍ଣ୍ଣlଳୀ ରାଉତ ପ୍ରମୁଖ ଯୋଗ ଦେଇଥିଲେ l କୃତି ପ୍ରତିଯୋଗୀମାନଙ୍କୁ ଏପ୍ରିଲ ୧ ତାରିଖ ଦିନ ଜିଲ୍ଲାସ୍ତରୀୟ ଓଡିଶା ଦିବସ ଉତ୍ସବ ପାଳନ ସମାରୋହରେ ପୁରସ୍କୃତ କରାଯିବ l କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନ୍ତ,ଶିକ୍ଷୟିତ୍ରୀ ଅନୁପମା ବେହେରା, ସିଲିସ୍ୱପ୍ନା ପଟ୍ଟନାୟକ, ନିକିତା ବଳ, ଧରିତ୍ରୀ ମହାନ୍ତ, ମୋନାଲିସା ମାସନ୍ତ, ଶିକ୍ଷା କର୍ମଚାରୀ ସମ୍ବିତ କୁମାର ମହାପାତ୍ର ତଥା ଆୟୋଜକ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ, ଅଫିସ ସହାୟକ, ଶିକ୍ଷା କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ l
