ବାରିପଦା: ତା- ୨୮-୧୦ – ୨୦୧୭ ମସିହା ଜୁଲାଇ ୮ ତାରିଖ ରେ ମୟୁରଭଞ ଜିଲା ବିଶୋଇ ଥାନା ଅଞ୍ଚଳରେ ରେ ଜନୈକା ନାବାଳିକା ସହିତ ହୋଇଥିବା ଦୁଷ୍କର୍ମ ସଂଙ୍କ୍ରାନ୍ତ ଏକ ମାମଲାର ଆଜି ବିଚାର କରି ଆଡ – ହକ ଅତିରିକ୍ତ ଜିଲା ଓ ଦୈାରାଜଜ ( ଏଫଟିଏସସି) ଆଣ୍ଡର ପକ୍ସୋ ଆକ୍ଟ ବିଚାରପତି ସନ୍ତୋଷ କୁମାର ନାଏକ ଅଭିଯୁକ୍ତ ମୟୁରଭଞ ଜିଲା ବିଶୋଇ ଥାନା ଅନ୍ତର୍ଗତ ବାଧୁନିଆ ଗ୍ରାମର ଅନନ୍ତ ଟୁଡୁ (୩୫) କୁ ଦୋଷୀ ସାବ୍ୟସ୍ତ କରବା ସହିତ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୪୫୦ ଏବଂ ଦଫା ୩୬୩ ଆଇପିସି ଉଭୟରେ ୫ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ଏବଂ ୩୭୬-ଡି ଆଇପିସି ରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସମେତ ୫୦ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଏଥି ସହିତ ୫୦ ହଜାର ଟଙ୍କା କ୍ଷତିପୁରଣ ବାବଦକୁ ଜିଲା ଆଇନ ସହାୟତା କତ୍ତୃପକ୍ଷ ଙ୍କୁ ପିଡୀତା ନାମରେ ୫ ବର୍ଷ ପାଇଁ କୈାଣସି ବ୍ୟାଙ୍କ ରେ ଜମା ରଖିବା ପାଇଁ ରାୟରେ ଉଲେଖ କରାଯାଇଅଛି । ନାବାଳିକା ପିଡିତା ପକ୍ଷରୁ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ୮-୭-୨୦୧୭ ରିଖ ପିଡୀତା ନାବାଳିକା ତାର ଜେଜେମା ଘରକୁ ଯାଇଥିଲା । ଉକ୍ତ ରାତ୍ରୀରେ ନାବାଳିକା ଘରେ ଶୋଇଥିବା ସମୟରେ ଅଭି୍ଯୁକ୍ତ ଅନନ୍ତ ଟୁଡୁ ଘରେ ପଶି ତାର ଜେଜେମା କୁ ପିଟାମରା କରିବା ସହ ନାବାଳିକା କୁ ଜୋରଜବରଦସ୍ତ ନିକଟସ୍ଥ ଏକ ଜଙ୍ଗଲ କୁ ଟେକି ନେଇ ତା ସହିତ ଦୁଷ୍କର୍ମ କରିଥିଲା । ଘଟଣା ପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲା । ନାବାଳିକା ଘରକୁ ଆସି ତାର ଜେଜେମା ଏବଂ ଗ୍ରାମାବାସୀ ଙ୍କୁ ଘଟଣା ସମ୍ପର୍କରେ ପ୍ରକାଶ କରିଥିଲା । ଏ ବାବଦରେ ବିଶୋଇ ଥାନାରେ କେସ ନମ୍ବର ୪୩/୯-୭-୨୦୧୭ ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ୧୮ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତିକରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି ମନୋରଞନ ପଟ୍ଟନାୟକ ପରିଚାଳନା କରୁଥିଲେ ।