ବାରିପଦା: ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ମୟୂରଭଞ୍ଜ ଜିଲ୍ଲା ପରିଷଦ ପକ୍ଷରୁ ଜନ ଦାବି ନେଇ ଗଣବିକ୍ଷୋଭ ଶୁକୃଳି ବ୍ଲକ୍ ସମ୍ମୁଖରେ ଶଙ୍କର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମାବେଶରେ ସିପିଆଇ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର ଯୋଗ ଦେଇ, ନିର୍ବାଚନ ପୂର୍ବରୁ ବିଜେପି ଓଡ଼ିଶାର ଲୋକଙ୍କୁ ପ୍ରତିଶ୍ରୁତି ଦେଇ କ୍ଷମତା ଦଖଲ କରିଥିଲେ ମଧ୍ୟ ସେଗୁଡ଼ିକ ପୂରଣ କରିବାରେ ବିଫଳ ହୋଇଛି। ପ୍ରତିଶ୍ରୁତି ମତେ ସାମାଜିକ ସୁରକ୍ଷା ଯୋଜନାରେ ସମସ୍ତ ହିତାଧିକାରୀଙ୍କୁ ମାସିକ ୩୦୦୦ ଟଙ୍କା, ଉପଭୋକ୍ତାଙ୍କୁ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଛାଡ଼, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଜମାରାଶି ଫେରସ୍ତ, ପ୍ରତ୍ୟେକ ଚାଷୀ ଠାରୁ ୩୧୦୦ ଟଙ୍କାରେ ଧାନ କିଣିବା, ସୁଭଦ୍ରା ଯୋଜନାରେ ବାର୍ଷିକ ୫୦ ହଜାର ଟଙ୍କା ଦେବା ଇତ୍ୟାଦି ଦାବି ସମ୍ବଳିତ ଦାବିପତ୍ର ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଏଥିରେ ଶାଖା ସମ୍ପାଦକ ଅଜିତ କୁମାର ବାରିକ,କୁମୁଦ ନାୟକ, ଭଗବତୀ ନାଏକ,ମାସୁରୀ ଦେଈ,ମୋୖସୁମୀ ମହାନ୍ତ, ବୈକୁଣ୍ଠ ନାଥ ବାରିକ, ପଙ୍କଜ ନାଏକ, ଲାବଣ୍ୟବତୀ ବାରିକ, ନାନୀ ତୁବିଡ, କମଳା ମହାନ୍ତ ,ସାଇବାଣୀ ମହାକୁଡ଼, ଲୀନା ପାତ୍ର, ନୀହାର ଲୋହାର, ନମିତା ବାରିକ, ପାଲ କେରାଇ, ମନ୍ଦୋଦରୀ ନାଏକ, ମୁଚରାମ ସାମାଡ ପ୍ରମୁଖଡାହାଣିଗାଡିଆ ଛକରୁ ଶୋଭାଯାତ୍ରାରେ ଆସି ବ୍ଲକ ସମ୍ମୁଖରେ ଗଣଧାରଣା ରେ ସାମିଲ ଥିଲେ l