ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତିଙ୍କ ଦିବସରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଏବଂ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ବିଶ୍ୱବିଦ୍ୟାଳୟର ସମସ୍ତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଗଣ ସାମୂହିକ ଶପଥପାଠ କରିଥିଲେ । ବୟସ୍କ ନାଗରିକଙ୍କ ପାଇଁ ଏକ ଅନୁକୂଳ ତଥା ଯତ୍ନଶୀଳ ସମାଜ ଗଠନ ନିମନ୍ତେ ଏହି ଶପଥପାଠ କାର୍ଯ୍ୟକ୍ରମରେ ସମସ୍ତେ ବରିଷ୍ଠ ନାଗରିକଙ୍କୁ ସମ୍ମାନ, ଯତ୍ନ, ଦୁର୍ବ୍ୟବହାର ତଥା ଉପେକ୍ଷାରୁ ସୁରକ୍ଷା ପଦାନ, ସୁସ୍ଥ, ସକ୍ରିୟ ଓ ସ୍ୱତନ୍ତ୍ର ରହିବାରେ ସହଯୋଗ, ପରିବାର ଓ ସମାଜ ପ୍ରତି ବରିଷ୍ଠ ନାଗରିକଙ୍କ ଯୋଗଦାନର ସମ୍ମାନ ଓ ନିଜ ଉଚ୍ଚାରଣ ଓ ଆଚରଣରେ ସେମାନଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିବା ପାଇଁ ସମସ୍ତେ ଶପଥ ପାଠ କରିଥିଲେ । ବିଶ୍ୱବିଦ୍ୟାଳୟ ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜିକା ଡ. ପ୍ରିୟଦର୍ଶିନୀ ସଂଘମିତ୍ରା ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।