Accused 1716382335

ବସ ଯାତ୍ରୀଙ୍କ ନିକଟରୁ ଲୁଟିବା ଅଭିଯୋଗରେ ୫ ଲୁଟେରା ଗିରଫ, ୨୦ହଜାର ଟଙ୍କା ଓ ୫ ମୋବାଇ ଜବତ

Crime State

ଭୁବନେଶ୍ୱର: ବସ ଯାତ୍ରୀ ମାନଙ୍କ ନିକଟରୁ ବେଆଇନ ଟଙ୍କା ଏବଂ ମୋବାଇଲ ଫୋନ ଆଦାୟ କରିବା ଅଭିଯୋଗରେ ପାଞ୍ଚ ଅଭିଯୁକ୍ତ ଗିରଫ। ସୂଚନା ଅନୁଯାୟୀ ନାବାର୍ଡ ବସ ରହଣି ସ୍ଥଳ ନିକଟରେ ଅଭିଯୁକ୍ତ ମାନେ କୃତ୍ରିମ ଭିଡ ସୃଷ୍ଟି କରି ବସ ଯାତ୍ରୀ ମାନଙ୍କ ନିକଟରୁ ମୋବାଇଲ ଫୋନ ଏବଂ ମନିପର୍ସ ଲୁଟ କରୁଥିଲେ। ଏହାର ସୂଚନା ପାଇ ନୟାପଲ୍ଲୀ ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପାଟ୍ରୋଲିଙ୍ଗ ଟିମ ପାଟ୍ରୋଲିଙ୍ଗ କରୁଥିବା ବେଳେ ଉକ୍ତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା।

ମିଳିଥିବା ଏହି ସୂଚନାକୁ ଆଧାର କରି ପାଟ୍ରୋଲିଙ୍ଗ ଟିମ ନାବାର୍ଡ ବସ ରହଣି ସ୍ଥଳରେ ଅତର୍କିତ ଚଢଉ କରିବା ସହିତ ପାଞ୍ଚଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତ ମାନଙ୍କର ତଲାସି ବେଳେ ପୋଲିସ ପ୍ରତ୍ଯେକଙ୍କ ନିକଟରୁ ଗୋଟିଏ ଲେଖାଏଁ ହିସାବରେ ମୋଟ ୫ଟି ମୋବାଇଲ ଫୋନ ଏବଂ ପ୍ରତ୍ଯେକଙ୍କ ନିକଟରୁ ୪୦୦୦ ଟଙ୍କା ହିସାବରେ ମୋଟ ୨୦,୦୦୦ ଟଙ୍କା ଜବତ କରିଥିଲା।

ପଚରାଉଚରା ବେଳେ ଅଭିଯୁକ୍ତ ମାନେ ଗତ ତା.୨୧.୦୫.୨୦୨୪ ରିଖ ଦିନ ଉକ୍ତ ବସ ରହଣି ସ୍ଥଳରୁ ମୋଟ ୫୦,୦୦୦ ଟଙ୍କା ଲୁଟ କରିଥିବା ବେଳେ, ମୋବାଇଲ ଫୋନ ଗୁଡିକୁ ସେମାନେ ଭୁବନେଶ୍ଵରର ବିଭିନ୍ନ ମୋ-ବସ ରହଣି ସ୍ଥଳ ନିକଟରୁ ଲୁଟ କରିଥିବା କଥା ସ୍ଵୀକାର କରିଥିଲେ। ଘଟଣାରେ ନୟାପଲ୍ଲୀ ଥାନା ପୋଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।