Photo For The News Of Karmasala

ବ୍ଲକ ସ୍ତରୀୟ କୃଷି ଭିତ୍ତିକ କର୍ମଶାଳା

State

ଆଗରପଡ଼ା :ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ କୃଷି ଭିତ୍ତିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଖରିପ ଋତୁରେ ଚାଷ କାର୍ଯ୍ୟରେ ବିଳମ୍ବ ହୋଇଥିବାରୁ ଉକ୍ତ ବ୍ଲକ ଅଧିନରେ ଥିବା ମୋଟ ଚାଷ ଜମି ମଧ୍ୟରୁ କେତେ ଜମିରେ ଧାନ ଚାଷ ସହ ଆଉ କେତେ ଜମିରେ ଅନ୍ୟ କି ପ୍ରକାର ଫସଲ କରାଯାଇଛି ଏହା ବିଷୟରେ ଆଲୋଚନା ହୋଇଥିଲା । ଏଥି ସହ ଏହି ବ୍ଲକ ଅଧିନରେ ବସବାସ କରୁଥିବା ଚାଷିଙ୍କୁ ବୈଜ୍ଞାନିକ ପ୍ରଣାଳିରେ ଚାଷ କରିବା ସହ ନିଜ ଫସଲକୁ ବିମାଭୁକ୍ତ କରାଇବା ଏବଂ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ସୁବିଧା କିପରି ତାଙ୍କ ପାଖରେ ପହଁଚି ପାରିବ ସେ ବିଷୟରେ ଆଲୋଚନା ହୋଇଥିଲା । ଉକ୍ତ କର୍ମଶାଳାରେ କୃଷି ଅଧିକାରୀ ଗଣେଶ ଚନ୍ଦ୍ର ମାଝୀ, ତହସିଲଦାର ସାର ହେମ୍ବ୍ର୍ରମ,ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ପୁହାଣ,ବିଡ଼ିଓ ପ୍ରଦୀପ କୁମାର ସେଠୀ,ଜିଲ୍ଲା ସଂଯୋଜକ ଅନୁରାଧା ପଣ୍ଡା,ବ୍ଲକ ଅତିରିକ୍ତ କୃଷି ଅଧିକାରୀ ସୁପ୍ରୀୟା ମୁଦୁଲି ପ୍ରମୁଖ କୃଷି ସଂପର୍କରେ ଆଲୋଚନା କରିଥିଲେ । ସୁପରଭାଇଜର ବ୍ରଜ କିଶୋର ଦାସ ,ଶ୍ରୀଧର ଦାସଙ୍କ ସହିତ ତହସିଲ ଅଧିନରେ ଥିବା ସମସ୍ତ ଆରଆଇ, ୨୫ଗୋଟି ଗ୍ରାମପଂଚାୟତର ପଂଚାୟତ କୃଷି ଅଧିକାରୀ (ଭିଏଲଡ଼ବ୍ଲୁ) ମାନେ ଉପସ୍ଥିତ ଥିଲେ ।