R1

ଗଣେଶ ଭସାଣୀ ବେଳେ ଦଂପତିଙ୍କୁ ଆକ୍ରମଣ

Crime

ଆଗରପଡ଼ା :ଗଣେଶ ଭସାଣୀ ଶୋଭା ଯାତ୍ରା ବେଳେ ଦଂପତିଙ୍କୁ ଆକ୍ରମଣ ହୋଇଥିବାର ଥାନାରେ ଅଭିଯୋଗ ହୋଇଛି । ଗତ ଶୁକ୍ରବାର ରାତିରେ ଆଗରପଡ଼ା ଥାନା ଅନ୍ତର୍ଗତ ନରାଜପୁର ଗ୍ରାମର ଦେହୁରୀ ସାହୀ ଗଣେଶ ଭସାଣୀ ଶୋଭାଯାତ୍ରା ଆସୁଥିଲା । ସେହି ଗ୍ରାମର ପ୍ରଭାକର ପଣ୍ଡା ଜଣେ ଅସୁସ୍ଥ ବ୍ୟକ୍ତି ଥିବାରୁ ତାଙ୍କ ପୁଅ ଗିରିଜା ଶଙ୍କର ଡ଼ିଜେ ସାଉଣ୍ଡ କମାଇବାକୁ ଶୋଭାଯାତ୍ରାକାରୀଙ୍କୁ ଅନୁରୋଧ କରିଥିଲେ । ମାତ୍ର ଶୋଭାଯାତ୍ରାରେ ଥିବା ଜନୈକ ଯୁବକ ତାଙ୍କ ଦାଣ୍ଡରେ ଥିବା ବାଇକକୁ ପିଟି ଭାଙ୍ଗି ଦେଇଥିଲେ । ଏହାର କାରଣ ପଚାରିବାରୁ ଜନୈକ ଯୁବକ ଗିରିଜା ଶଙ୍କରଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ଏହା ଦେଖି ତାଙ୍କ ତାଙ୍କ ସ୍ତ୍ରୀ ଆସି ଛଡ଼ାଛଡ଼ି କରୁଥିବା ବେଳେ ତାଙ୍କୁ ମଧ୍ୟ ନାନାଦି ଦୁର୍ବ୍ୟବହାର କରି ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ପୋଲିସ ଘଟଣା ସ୍ଥଳରେ ପଦଂଚିବାପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଉକ୍ତ ଘଟଣାକୁ ନେଇ ଏଠାରେ ବର୍ତ୍ତମାନ ଚାପା ଉତ୍ତେଜନା ଲାଗି ରହିଛି ।