Onn 3

ଭିଜିଲାନ୍ସ ଜାଲରେ ନିମାପଡ଼ା OSWCର ଗୋଦାମ ଅଧିକ୍ଷକ

Crime State

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ନିମାପଡ଼ା OSWCର ଗୋଦାମ ଅଧିକ୍ଷକ ଦେବୀପ୍ରସାଦ ମହାନ୍ତି । ଟଙ୍କା ବ୍ୟାଗ୍ ଧରି ବସ୍ ପାଇଁ ଅପେକ୍ଷା କରିଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ଦେବୀପ୍ରସାଦଙ୍କ ଠାରୁ ନଗଦ ୨ଲକ୍ଷ ୧୪ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ଧରାପଡିବା ପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ସନ୍ଦେହରେ ଦେବୀପ୍ରସାଦଙ୍କ ୩ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।

ସୂଚନା ଅନୁସାରେ, ଟଙ୍କା ବ୍ୟାଗ୍ ଧରି ନିମାପଡା ବସ୍ ଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ ଗୋଦାମ ଅଧିକ୍ଷକ ଦେବୀପ୍ରସାଦ ମହାନ୍ତି । କୌଣସି ସୁତ୍ରରୁ ଖବର ପାଇ ଭିଜିଲାନ୍ସ ଟିମ୍ ସେଠାରେ ଆଗରୁ ଜଗି ବସିଥିବା ବେଳେ ଦେବୀପ୍ରସାଦଙ୍କୁ ଦେଖି ମାଡିବସିଥିଲା ଭିଜିଲାନ୍ସ । ଘଡଣାସ୍ଥଳରୁ ହିଁ ଦେବୀପ୍ରସାଦଙ୍କ ନିକଟରୁ ୨ଲକ୍ଷ ୧୪ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ ଟିମ୍ । ଟଙ୍କା କେଉଁଠୁ ଆସିଲା ସେନେଇ ଭିଜିଲାନ୍ସ ପଚାରିବାରୁ କୌଣସି ଉତ୍ତର ଦେଇପାରିନଥିଲେ ଦେବୀପ୍ରସାଦ । ତେଣୁ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ଗିରଫ ପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ସନ୍ଦେହରେ ଦେବୀପ୍ରସାଦଙ୍କ ୩ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଦେବୀପ୍ରସାଦ ମହାନ୍ତିଙ୍କ ଭୁବନେଶ୍ୱର ୱେରହାଉସ କଲୋନୀରେ ଥିବା ସରକାରୀ କ୍ୱାର୍ଟରରେ ଚଢ଼ାଉ କରାଯାଇଥିବାବେଳେ ସେଠାରୁ ୧ ଲକ୍ଷ ୮୦ ହଜାର ଟଙ୍କା ଓ ତାଙ୍କ ପାଖରୁ ୫୯ ହଜାର ଟଙ୍କା ଜବତ କରାଯାଇଛି | ଏହାକୁ ମିଶାଇ ତାଙ୍କ ପାଖରୁ ସମୁଦାୟ ୪ ଲକ୍ଷ ୫୩ ହଜାର ଟଙ୍କା ଜବତ କରାଯାଇଛି |