Onn 3

ଅଚ୍ୟୁତାନନ୍ଦ ପୀଠରେ ଶ୍ରୀମନ୍ଦିର ପ୍ରକଳ୍ପ ପରିକ୍ରମା ମହୋତ୍ସବ

Religion and Cult State

ନିଶ୍ଚିନ୍ତକୋଇଲି : ନେମାଳ ପଞ୍ଚାୟତ ସ୍ଥିତ ଶ୍ରୀ ଶ୍ରୀ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ପୀଠରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ମହୋତ୍ସବ ୨୫ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ଇଂ.ବିଳାସ ଭୋଇ ଏବଂ ସମିତିସଭ୍ୟ ବିଶ୍ୱେନ୍ଦୁ ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଛି । କଟକସଦର ନିର୍ବାଚନ ମଣ୍ଡଳୀର ୧୪ଗୋଟି ପଞ୍ଚାୟତରୁ ବହୁ ବିଜେଡ଼ି ନେତୃବୃନ୍ଦ ଏବଂ ଜଗନ୍ନାଥପ୍ରେମୀ ଭକ୍ତଗଣ ଏଥ୍‌ôରେ ଯୋଗ ଦେଇ ନାମ ସଂକୀର୍ତ୍ତନ ସହିତ ଜୟ ଜଗନ୍ନାଥ ଧ୍ୱନିରେ ପୀଠକୁ ପ୍ରକମ୍ପିତ କରିଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉଦଘାଟନ କରୁଥିବା ସମୟର ଦୃଶ୍ୟ ଦେଖି ସମସ୍ତେ ଭାବବିହ୍ୱଳ ହୋଇଥିଲେ ।

ସରପଞ୍ଚ ସସ୍ମିତା ମହାନ୍ତିଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ବିଜେଡ଼ି ସମ୍ପାଦକ ଅଚ୍ୟୁତାନନ୍ଦ ଦାସ,ଜିଲ୍ଲାପରିଷଦ ସଭ୍ୟାଙ୍କ ପ୍ରତିନିଧି ମନୋଜ ମହାନ୍ତି, ଯୁବନେତା ସୁନାକର ସାହୁ,ସରପଞ୍ଚ ସ୍ୱାଧୀନ ଭୂୟାଁ, ପୂର୍ବତନ ସରପଞ୍ଚ ସରୋଜ ବେହେରା, ସରପଞ୍ଚ ନିରୁପମା ଷଢଙ୍ଗୀ, ଶାରଦାପ୍ରସାଦ ନାୟକ, ବିଶ୍ୱଭୂଷଣ ନାୟକ, ସୁଶାନ୍ତ ସେଠୀ, ଚିନ୍ମୟୀ ବେହେରା, ଗୋପିନାଥ ପଲେଇ, ରମାକାନ୍ତ ଜେନା, ବିମଳ କୁମାର ଦାସ, ଭୈରବ କାସ୍ତ, ଅମୀୟ ମହାନ୍ତି, ହିମାଂଶୁ ଦାସ, ସୁବାଷ ପାତ୍ର, ନଟବର ଦଳାଇ, ରଘୁନାଥ ସେଠୀ, ବିଶ୍ୱନାଥ ପଣ୍ଡା, ନରହରି ବାରିକ, ସରୋଜ ସାମଲ , ରତିକାନ୍ତ ଭୂୟାଁଙ୍କ ସମେତ ବିଭିନ୍ନ ପଞ୍ଚାୟତର ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ ।