Onn 3

ବ୍ରହ୍ମକ୍ଷେତ୍ରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମହୋତ୍ସବ

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଜିଗ୍ନୀପୁର ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣ , ଅସୁରେଶ୍ୱର ପଞ୍ଚାୟତ ଅନ୍ତର୍ଗତ କୋଇଲୋ ସ୍ଥିତ ଶ୍ରୀ ଶ୍ରୀ ଦଧିବାମନଜୀଉ ମନ୍ଦିର ପ୍ରାଙ୍ଗଣରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ମହୋତ୍ସବ ଅନୁଷ୍ଠିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ପୁରୀରେ ଅନୁଷ୍ଠିତ ହୋଇଥିବା ଉକ୍ତ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମକୁ ପ୍ରଦର୍ଶିତ କରାଯାଇ ହଜାର ହଜାର ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁଙ୍କୁ ଦେଖିବାର ବ୍ୟବସ୍ଥା କରାଯାଇଥିଲା । ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝାଙ୍କ ପୌରହିତ୍ୟରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଏବଂ ତାଙ୍କର ଧର୍ମପତ୍ନୀ ଡ଼େଜି ଜେନା ଯୋଗ ଦେଇ ଜଗତର ନାଥ ଜଗନ୍ନାଥଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଉଦଘାଟନ କରାଯିବା ଏବଂ ସାରା ରାଜ୍ୟରେ ଘରେ ଘରେ ଜଗନ୍ନାଥ ଅର୍ପଣ ରଥ ବୁଲି ରାଜ୍ୟବାସୀଙ୍କ ମନରେ ଯେଉଁ ଭକ୍ତା ଭାବ ବିହ୍ୱଳ ସଷ୍ଟି ହୋଇଛି ତାହା ଏକ ଐତିହାସିକ ପଦକ୍ଷେପ ବୋଲି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶ୍ରୀଜୀଉଙ୍କ ମ୍ୟାନେଜିଂ ଟ୍ରଷ୍ଟି ଧିରେନ୍ଦ୍ରନାଥ ବେହେରା, ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ପ୍ରାକ୍ତନ ବ୍ଲକ ଗିରିଶରଂଜନ ମହାପାତ୍ର, ସବିତା ଓଝା,ସରପଞ୍ଚ ତିଳୋତ୍ତମା ରାଉତ, ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ଯୁବବିଜେଡ଼ି ସଭାପତି ଜ୍ଞାନରଂଜନ ରାଉତ, ବିଡ଼ିଓ ଧର୍ମରଂଜନ ପଣ୍ଡା, ସହକାରୀ ଯନ୍ତ୍ରୀ ବିଭୁଦତ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ହୋଇଥିଲେ ।

ଏହି କାର୍ଯ୍ୟକ୍ରମରେ ୧୫ଗୋଟି ପଞ୍ଚାୟତରୁ ସରପଞ୍ଚ, ସମିତିସଭ୍ୟ ସଭ୍ୟା, ଜିଲ୍ଲାପରିଷଦ ସଭ୍ୟ ଏବଂ ବହୁ ବିଜଡ଼ି ନେତୃବନ୍ଦ ଓ ବୟୋଜ୍ୟୋଷ୍ଠ ମୁରବୀମାନେ ଯୋଗ ଦେଇଥିଲେ । ସେହିପରି ଅସୁରେଶ୍ୱର ରେ ସରପଞ୍ଚ ଗୌତମୀ ଦାସ ଓ ଯୁବନେତା ଅନନ୍ତ କୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟା ଜସ୍ମିତା ସେଠୀ, ପୂର୍ବତନ ସରପଞ୍ଚ ପ୍ରମୋଦ ପରିଡ଼ା, କେରିଲୋ ସରପଞ୍ଚ ଶୁଭ୍ରା ମହାନ୍ତି,ମହାସଂଘ ସଭାନେତ୍ରୀ ନର୍ମଦା ସାହୁ, ଶିଶିର ମିଶ୍ର, ପୂର୍ଣ୍ଣାାନନ୍ଦ ବେହେରା, ନିତ୍ୟାନନ୍ଦ ସେଠୀ, ରାଜୀବ ଲୋଚନ ବେହେରା, ମନୋଜ ବେହେରା ଓ ସୁଧାଂଶୁ ଶେଖର ଦାସ ଙ୍କ ସମେତ ୧୨ଟି ପଞ୍ଚାୟତରୁ ବିଜେଡ଼ି ନେତୃବୃନ୍ଦ ଓ ହଜାର ହଜାର ସଂଖ୍ୟାରେ ଜଗନ୍ନାଥ ପ୍ରେମୀ ଯୋଗ ଦେଇଥିଲେ ।