Rew

ସୂଚନା ଅଧିକାର କର୍ମୀଙ୍କ ଧାରଣା ଚେତାବନୀ

State

ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ନିରଞ୍ଜନ ପଣ୍ଡା ଦୀର୍ଘ ୨୦ ବର୍ଷ ଧରି ଉକ୍ତ କାର୍ଯ୍ୟାଳୟରେ କାର୍ଯ୍ୟ କରିଆସୁଥିବା ବେଳେ ନାନାଦି ପ୍ରଶାସନିକ ଅନିୟମିତତାରେ ଲିପ୍ତ ରହୁଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା, ସୂଚନା ଅଧିକାର ଆଇନରେ ସୂଚନା ମାଗିଲେ ଶ୍ରୀ ପଣ୍ଡା ତାଙ୍କ ବିଭାଗର ସୂଚନା ପ୍ରଦାନ ନକରିବା ଏବଂ ବିଭିନ୍ନ ବ୍ଳକ ଶିକ୍ଷାଧିକାରୀଙ୍କ ଅଧିନରେ ଜାଲ ପ୍ରମାଣପତ୍ର ଦେଇ ଚାକିରୀ କରୁଥିବା ଶିକ୍ଷକଙ୍କ ବିରୁଦ୍ଧରେ ଅଭିଯୋଗ କଲେ ମଧ୍ୟ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଆଦିକୁ ନେଇ ଅଭିଯୋଗ ପତ୍ରରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସଡ ଯଦି ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ୧୮ ତାରିଖରେ ସୂଚନା ଅଧିକାର କର୍ମୀ ବିକାଶ ଧଳ,ବିପ୍ଲବ ହୋତା,ଶଶୀ ଜେନା, ରତିକାନ୍ତ ସାହୁ ଓ ଅନ୍ୟାନ୍ୟ କର୍ମୀ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେବାସହ ଏହାର ଏକକିତା ନକଲ ଜିଲ୍ଲାପାଳ,ଏସପି,ସିଡ଼ିଏମଓ ଭଦ୍ରକ ଏବଂ ଆଇଆଇସି ପୁରୁଣା ବଜାରଙ୍କୁ ପ୍ରେରଣ କରାଯାଇଥିବା ଜଣାପଡ଼ିଛି ।