Photo For The News Of Alochana Chakra

ମହାପୁରୁଷକଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା ଚକ୍ର

State

ଆଗରପଡ଼ା :ବନ୍ତ ଆଂଚଳିକ କଲେଜର ବରିଷ୍ଟ ଅଧ୍ୟାପକ ରଘୁନାଥ ପୃଷ୍ଟିଙ୍କ ସଭାପତିତ୍ୱ ରେ ବିକଳ୍ପ ସମାଜ ଆଲୋଚନା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିିବିରରେ ଅତିଥିଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମଲ,ବିକଳ୍ପ ସମାଜ ଶିବିରର ଆଜିବନ ସଦସ୍ୟ ଡ଼. କୂଳମଣୀ, ସଂଗଠନ ସଂପାଦକ ଆଇନଜୀବୀ ମାଧବା ନନ୍ଦ ବେହେରା, ଶିକ୍ଷାବିତ୍ ତ୍ରୀଲୋଚନ ପଣ୍ଡା,ଅଧ୍ୟାପକ ଆଦିତ୍ୟ ନାରାୟଣ ବାରିକ, କଲ୍ୟାଣ କୁମାର ରାଉତ, ହିମାଂଶୁ ମଲ୍ଲିକ, ରାଜେଶ କୁମାର ବିଶ୍ୱାଳ, ସଂଯୁକ୍ତା ରାଉତ, ସରିତା ଲେଙ୍କା ପ୍ରମୁଖ ସମାଜ ଗଠନ ଦିଗରେ ବିଶ୍ୱ ବିଜୟୀ ସ୍ୱାମୀ ବିବେକାନନ୍ଦ, ସନ୍ଥ ବିନୋବାଭାବେଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ଏବଂ ତାଙ୍କର ମହାନ ଜୀବନ ଦର୍ଶନରେ ଯୁବଶକ୍ତିମାନେ ବ୍ରତି ହେବାର ପ୍ରକୃଷ୍ଟ ସମୟ ଆସିଛି ବୋଲି ଯୁବଶକ୍ତିଙ୍କୁ ଆହ୍ୱାନ ଦେିଥିଲେ । ଊକ୍ତ କର୍ମଶାଳା ରେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।