Photo For The News Of Foundation Day

ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ

State

ଆଗରପଡ଼ା :ବନ୍ତ ବ୍ଲକ ଅନ୍ତର୍ଗତ ନିଳକ ପଂଚାୟତ ସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଉକ୍ତ ଦିବସରେ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷା ଅନୁଷ୍ଠାନ ଏକ ମଣିଷ ଗଢା କାରଖାନା । ଆଜିର ଛାତ୍ରଛାତ୍ରୀ ଆଗାମୀ ଦିନରେ ଦେଶର ଭବିଷ୍ୟତ ତେଣୁ ସେମାନଙ୍କୁ ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଂଚାଇବାରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଶିକ୍ଷା ମାଧ୍ୟମରେ ସୁନ୍ଦର ସମାଜ ଗଢି ତୋଳିବାରେ ଚେଷ୍ଟିତ ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଜଂନ ଘଡ଼େଇ,ବ୍ଳକ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସେଠୀ ପ୍ରମୁଖଙ୍କ ସମେତ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ବିଧାୟକ ଶ୍ରୀ ମଲ୍ଲିକ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ ।