Img 20240829 Wa0320

ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ଆନୁକୂଲ୍ୟରେ ଜାତୀୟ କ୍ରୀଡା ଦିବସ ପାଳିତ

State

ବାରିପଦା :  ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ଆନୁକୂଲ୍ୟରେ ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ରଗବୀ ଓ ତୀରନ୍ଦାଜ ପ୍ରତିଯୋଗିତା ପିଲାଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି I ୬୦ ରୁ ଉର୍ଦ୍ଧ ପ୍ରତିଯୋଗୀଙ୍କୁ ନେଇ ପାଞ୍ଚଟି ଦଳ ଗଠନ କରାଯାଇ ରଗବୀ ପ୍ରତିଯୋଗିତା ଓ ୧୫ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ତୀରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଳା କ୍ରୀଡ଼ା ଅଧିକାରୀ ଅବନୀ ମୋହନ ମହାନ୍ତି, ଜିଲ୍ଲା କ୍ରୀଡ଼ା ସାଂସଦର ସମ୍ପାଦକ ବିଜୟ କୁମାର ଦାସ, ଏବିଇଓ ତପସ୍ୱିନୀ ଦାଶ, ପ୍ରଧାନ ଶିକ୍ଷକ ତଥା ଏକାଡେମୀର ଉପଦେଷ୍ଟା ସୋମନାଥ ସିଂହ ପ୍ରମୁଖ ଉପସ୍ଥିତ ରହି ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତିଚାରଣ କରିବା ସହ ପାଠ ସହ ଖେଳାକୁଦରେ ଅଂଶ ଗ୍ରହଣ କରିବାକୁ ଉପଦେଶ ଦେଇଥିଲେ I ଆଜିର ପ୍ରତିଯୋଗିତାକୁ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ପ୍ରତିଷ୍ଠାତା ଦିବ୍ୟ ରଞ୍ଜନ ଦାସଙ୍କ ନେତୃତ୍ୱରେ ସମସ୍ତ ବରିଷ୍ଠ ଖେଳାଳୀ ଏବଂ କୋଚମାନେ ପରିଚାଳନା କରିଥିଲେ I ତୀରନ୍ଦାଜରେ ଜୁନିୟର ବିଭାଗରେ ରୋହିତ କୁମାର ମାରାଣ୍ଡି ପ୍ରଥମ, ଜନାଥନ ସୋରେନ ଦ୍ଵିତୀୟ, ଆଦିତ୍ୟ କିସ୍କୁ ତୃତୀୟ ଏବଂ ଜୟଦେବ ମହାନ୍ତ ଚତୁର୍ଥ ସ୍ଥାନ ଅଧିକାର କରିଥିବା ବେଳେ ସିନିୟର ବିଭାଗରେ ଗୋବିନ୍ଦ ମାଝୀ ପ୍ରଥମ, କାର୍ତ୍ତିକ ସୋରେନ ଦ୍ଵିତୀୟ ଓ ସିଦ୍ଧିଲାଲ ମୁର୍ମୁ ତୃତୀୟ ସ୍ଥାନ ଅଧିକାର କରିଥିଲେ I ରଗବୀ ପ୍ରତିଯୋଗିତାରେ ପି ସି ପୁରର କିଙ୍ଗସ ଟିମ ପ୍ରଥମ, ଟାଇଗର ଟିମ ଦ୍ଵିତୀୟ ଓ ଲାୟନ ଟିମ ତୃତୀୟ ସ୍ଥାନ ଅଧିକାର କରିଥିଲେ I ସମସ୍ତ କୃତୀ ଖେଳାଳି ଓ ଦଳକୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା I