Img 20240829 Wa0222

ଓଡ଼ିଆ ଜାଗରଣ ମଂଚ ପକ୍ଷରୁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀଙ୍କୁ ଛୁଟି ଘୋଷଣା ପାଇଁ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ

State

ବାରିପଦା: ନବ ଓଡିଶାର ଅନ୍ୟତମ ନିର୍ମାତା, ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ତଥା ମୟୂରଭଞ୍ଜର ତତ୍କାଳୀନ ପ୍ରଜାନୁରଞ୍ଜକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓଙ୍କର ଜନ୍ମ ଜୟନ୍ତୀ ଡିସେମ୍ବର 17 ତାରିଖକୁ ସରକାରୀ ଛୁଟି ଦିବସ ଭାବରେ ଘୋଷଣା କରିବା ପାଇଁ ଆଜି ଓଡ଼ିଆ ଜାଗରଣ ମଂଚ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ମଞ୍ଚର ପ୍ରତିଷ୍ଠାତା ସଭାପତି ଶରତ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ମୟୁରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୋଏ ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଦୀର୍ଘ ବର୍ଷ ଧରି ଏହି ଦାବୀ ହୋଇ ଆସୁଥିଲେ ମଧ୍ୟ ସରକାର ଛୁଟି ଘୋଷଣା କରି ନଥିବାରୁ ଆଜି ମଂଚ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇ ଥିବା ବେଳେ, ଏହା ରାଜ୍ୟ ସରକାରଙ୍କ କାର୍ଯ୍ୟ ହୋଇଥିବାରୁ ଜିଲ୍ଲାପାଳ ଏବାବଦରେ ତୁରନ୍ତ ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଇବେ ବୋଲି କହିଛନ୍ତି l ଦାଵୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ମଞ୍ଚର କର୍ମକର୍ତ୍ତା ପିତାମ୍ବର ମଲ୍ଲିକ, ଉଦୟ ନାଥ ଜେନା, ପ୍ରଦୀପ ପଲେଇ, ଦୀପକ କୁମାର ନାୟକ, ଇନ୍ଦୁମତି ମହାନ୍ତି ପ୍ରମୁଖ ସାମିଲ ଥିଲେ l