Onn 3

ବାତ୍ୟା ହମୁନ୍‌ର ପ୍ରଭାବ: ପ୍ରବଳ ବର୍ଷା ସମ୍ଭାବନା

State

 

rain

ଭୁବନେଶ୍ବର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ ବାତ୍ୟାର ରୂପ ନେବା ସମ୍ଭାବନା ଥିବା ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର  । ଏହା ଉତ୍ତର  ଦିଗକୁ ଗତି କରିବ । ଏହି ସମୟରେ ପବନର ବେଗ ୫୦ରୁ ୬୦ କିମି ରହିବ । ଏହାର ତୀବ୍ରତା ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବଢିବ । କାଲି ସକାଳେ ୮୦ରୁ ୯୦ ବା ୧୦୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ଆସନ୍ତାକାଲି ସନ୍ଧ୍ୟାରେ ବାତ୍ୟା ସାମାନ୍ୟ ଦୁର୍ବଳ ହୋଇପାରେ  ।  ୨୫ ତାରିଖରେ ଖେପୁପରା  ଓ ଚିଟାଗଙ୍ଗ ମଧ୍ୟରେ ଏହା ଉପକୂଳ ଛୁଇଁବ  ।ଓଡ଼ିଶାରେ ସେପରି କିଛି ପ୍ରଭାବ ପଡ଼ିବ ନାହିଁ । ଉତ୍ତର ଓଡ଼ିଶା ଉପକୂଳରେ କେବଳ ହାଲୁକା ବର୍ଷା ହେବ ।

୨୩ ତାରିଖ ଅର୍ଥାତ ଆଜି ଅନେକ ସ୍ଥାନରେ ବର୍ଷା ହୋଇ ଯାଇଛି ।  ୨୪ ତାରିଖ ମଧ୍ୟ ଓଡ଼ିଶାରେ ହାଲୁକା ଧରଣର ବର୍ଷା ହୋଇପାରେ । ତେବେ ଉତ୍ତର ଓଡ଼ିଶାର ଉପକୂଳିଆ ଜିଲ୍ଲାର ଗୋଟିଏ ବା ଦୁଇଟ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।   ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏବେ ପବନର ବେଗ ୫୫ରୁ ୬୫ ଡିଗ୍ରୀ ରହିଛି । ୨୩  ତାରିଖ ସନ୍ଧ୍ୟାରୁ ଜଗତସିଂହପୁର, ବାଲେଶ୍ୱର ଆଦି ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ବହିପାରେ । ଉପକୂଳିଆ ଜିଲ୍ଲାରେ କୋହଲା ପବନ ବହିବାରେ । ୨୪ ତାରିଖ ମଧ୍ୟ ୪୦ରୁ ୫୦ କିମି ଘଣ୍ଟା ପ୍ରତି ପବନ ବହିପାରେ ବୋଲି ସତର୍କ ସୂଚନା ଦେଇଛନ୍ତି ଆଇଏମଡି ଡିଜି।

ବଙ୍ଗୋପସାଗରରେ ସୃଷ୍ଟ ଏହି ଏହି ବାତ୍ୟାର ନାମ ରହିଛି ହମୁନ୍  । ବାତ୍ୟା ବାଂଲାଦେଶ ମୁହାଁ ହେବାର ସମ୍ଭାବନା ରହିଛି ।

ତେବେ ପାଣିପାଗ ବିଭାଗ ପକ୍ଷରୁ ଜାରି ଏକ ସ୍ୱତନ୍ତ୍ର ବୁଲେଟିଂରେ ସତର୍କ ସୂଚନା ଦେଇ କୁହାଯାଇଛି, ହମୁନ ପ୍ରଭାବରେ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁରର କେତେକ ସ୍ଥାନରେ ମଙ୍ଗଳବାର ସନ୍ଧ୍ୟା ସାଢେ ୮ଟା ସୁଦ୍ଧା ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସେହିପରି ଟୁଇନ ସିଟି କଟକ-ଭୁବନେଶ୍ୱର ସମେତ ଭଦ୍ରକ, ପୁରୀ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ବାଲେଶ୍ୱର, ମୟୂରଭଞ୍ଜ, ଢେଙ୍କାନାଳ, ଗଞ୍ଜାମ, ଗଜପତି, କେନ୍ଦୁଝର ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଆଜି ସନ୍ଧ୍ୟା ସାଢେ ୫ଟା ସୁଦ୍ଧା ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡଘଡି ସହ ବର୍ଷା ହୋଇପାରେ । ତେଣୁ ଏହି ସମୟରେ ନିରାପଦ ସ୍ଥାନରେ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି ।