Onn 3

ମୁମ୍ବାଇରେ ଜଳିଗଲା ୮ ମହଲା ବିଲ୍ଡିଂ, ୨ ମୃତ

National & International

 

nia

ମୁମ୍ବାଇ: ମୁମ୍ବାଇରେ ୯ମହଲା କୋଠାରେ ନିଆଁ ଲାଗିବାରୁ ଚାଲିଗଲା ୨ଜଣକ ଜୀବନ। ଗୁରୁତର ଆହତ ହେଲେ ୩ଜଣ। ସୋମବାର ଦିନ ମୁମ୍ବାଇର ବୋରିଭଲିରେ ଥିବା ଏକ ୯ମହଲା ବିଶିଷ୍ଟ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟିବା ପରେ ନାବାଳିକାଙ୍କ ସମେତ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହ ଏକାଧିକ ଆହତ ହୋଇଥିବା ବେଳେ ୩ଜଣ ଗୁରୁତର ଅଛନ୍ତି। ନିଆଁ ଲାଗିଥିବା ନେଇ ଖବର ମିଳିବା ପରେ ୮ଜଣ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଥିବା ଜଣାପଡ଼ିଛି।

ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ, କାନ୍ଦିଭାଲୀ ପଶ୍ଚିମର ମହାବୀର ନଗରରେ ଥିବା ପବନ ଧାମ ବୀଣା ସନ୍ତୁର ବିଲ୍ଡିଂର ପ୍ରଥମ ମହଲାରେ ଦିନ ୧୨.୩୦ରେ ନିଆଁ ଲାଗିବା ପରେ ଖୁବ୍ ଶୀଘ୍ର ନିଆଁଟି ବୈଦ୍ୟୁତିକ ତାର ଓ ସେହି ମହଲାରେ ସ୍ଥାପନ କରାଯାଇଥିବା ଅନ୍ୟ ବୈଦୁତିକ ଜିନିଷକୁ ବ୍ୟାପିଥିଲା।

ନିଆ ଲାଗିବା ପରର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ କ‌ୋଠାଟି ହୁତୁହୁତୁ ହୋଇ ଜଳିଯାଉଥିବା ଦେଖିବାକୁ ମିଳିଛି। ବିଜେପି ବିଧାୟକ ସୁନୀଲ ରାଣେ କହିଛନ୍ତି ଯେ, “ପ୍ରଥମ ମହଲାରେ ନିଆଁ ଲାଗିବା ପରେ ଧୂଆଁ ଛଅରୁ ସାତ ମହଲା ପର୍ଯ୍ୟନ୍ତ ବ୍ୟାପିଯାଇଥିଲା, ଯେଉଁ କାରଣରୁ ବିଲଡିଂରେ ଅନେକ କ୍ଷତି ଘଟିଛି। କିପରି ନିଆଁ ଲାଗିଲା ପୁଲିସ ଏବଂ ଅଗ୍ନିଶମ ବିଭାଗ ଏନେଇ ତଦନ୍ତ କରୁଛନ୍ତି। ଆମେ ସେମାନଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛୁ।