Onn 3

ଶରଣାର୍ଥୀ ଶିବିରରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍

National & International

 

asrew

ଇସ୍ରାଏଲ୍ ଏବଂ ହମାସ ମଧ୍ୟରେ ଗତ ୨୫ ଦିନ ଧରି ଯୁଦ୍ଧ ଚାଲିଛି। ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି। ଗାଜାରେ ଏ ପର୍ଯ୍ୟନ୍ତ ୮୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି। ଏହାରି ଭିତରେ ଇସ୍ରାଏଲ୍ ସେନା ମଙ୍ଗଳବାର ଉତ୍ତର ଗାଜାର ଜବାଲିଆ ଶରଣାର୍ଥୀ ଶିବିରରେ ଏୟାର ଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣରେ ୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଏହି ଶିବିର ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଛି। ଆକ୍ରମଣରେ ଅଲ ଜଜିରାର ଜଣେ ଇଞ୍ଜିନିୟର ତାଙ୍କ ପରିବାରର ୧୯ ଜଣ ସଦସ୍ୟଙ୍କୁ ହରାଇ ଦେଇଛନ୍ତି। ଏହି ଇଞ୍ଜିନିୟରଙ୍କ ନାମ ମହମ୍ମଦ ଅବୁ ଅଲ-କୁମସନ। ମହମ୍ମଦ କୁମସନ୍ ଅଲ ଜଜିରାରେ ପ୍ରସାରଣ ଇଞ୍ଜିନିୟର ଥିଲେ। ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ତାଙ୍କ ପରିବାରର ୧୯ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି।

ଜବାଲିଆ ଶରଣାର୍ଥୀ ଶିବିର ଉପରେ ହୋଇଥିବା ଇସ୍ରାଏଲ୍‌ ଆକ୍ରମଣକୁ ଅଲ ଜଜିରା ଦୃଢ଼ ନିନ୍ଦା କରିଛି। ଅଲ ଜଜିରା ଏହାକୁ ନରସଂହାର ଘଟଣା ବୋଲି ବର୍ଣ୍ଣନା କରିଛି। ଅଲ ଜଜିରା ବୟାନ ଜାରି କରି କହିଛି ଯେ ଏହି ଆକ୍ରମଣରେ ମହମ୍ମଦଙ୍କ ବାପା, ତାଙ୍କର ଦୁଇ ଭଉଣୀ, ୮ ଭଣଜା ଓ ଭାଣିଜୀ, ତାଙ୍କ ଭାଇ, ଭାଇଙ୍କ ସ୍ତ୍ରୀ ଓ ସେମାନଙ୍କର ୪ ସନ୍ତାନ, ତାଙ୍କର ବୋହୂ ଏବଂ ଜଣେ ଦାଦାଙ୍କର ମୃତ୍ୟୁ ଘଟିଛି।