ଏ ଥିଲା କଳା ଧନକୁ ଧଳା କରିବା ପାଇଁ ଚାଲିଛି କି ପ୍ରୟାସ ? ହାତରେ ଆଉ ମାତ୍ର ୬ ଦିନ । ଟିକସ ଫାଙ୍କି ପାଖରେ ରଖିଥିଲେ କୋଟି କୋଟି ଟଙ୍କା ଆଉ ଏବେ ପଡିଛନ୍ତି କି ଅଠାକାଠିରେ ? ତେଣୁ ଏବେ ମୂଲିଆ ମଜୁରିଆଙ୍କୁ ଅସ୍ତ୍ର କରିଛନ୍ତି କି କୋଟିପତି ବ୍ୟବସାୟୀମାନେ ? ଏ ଟଙ୍କା ବଦଳ ପଛରେ କିଛି ରାକେଟର ହାତ ଅଛି କି ? ଏ ଲମ୍ବା ଭିଡକୁ ଦେଖି ଏମିତି ପ୍ରଶ୍ନ ଖାଲି ସାଧାରଣ ଲୋକଙ୍କ ମନରେ ନୁହେଁ, ଇଓଡବ୍ଲୁ ଓ ଇଡି ମନରେ ମଧ୍ୟ ଆସିଛି ।
ଶୁଣିବାକୁ ମିଳୁଛି, ୨୦ ହଜାର ଟଙ୍କା ବଦଳାଇଦେଲେ କୁଆଡେ ୨୦୦ ଟଙ୍କା ମିଳୁଛି । ତେଣୁ ୨୦୦ ଟଙ୍କା ଲୋଭରେ କାମ ଛାଡି କୁଆଡେ ଟଙ୍କା ଭଙ୍ଗେଇବାକୁ ଧାଡିରେ ଛିଡା ହୋଇଛନ୍ତି ଶ୍ରମିକ । ଦୈନିକ ୭ ଶହରୁ ଅଧିକ ଲୋକ ଆସୁଛନ୍ତି ଟଙ୍କା ବଦଳାଇବା ପାଇଁ । ଆଜି ପ୍ରଥମେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲ୍ୟୁର ୨ ଜଣିଆ ଟିମ ଆସି ପଚରା ଉଚରା କରିଥିଲା । ଆଧାରକାର୍ଡ ଦେଖିବା ସହ ନାଁ ପଚାରି ବୁଝିଥିଲା । ନିଜ ଟଙ୍କା ନା ଆଉ କାହାର ସେ ବିଷୟରେ ମଧ୍ୟ ପଚାରି ବୁଝିଥିଲେ ।
ଇଓଡବ୍ଲୁ ଯିବା ପରେ ପହଞ୍ଚିଥିଲା ଇଡି । ଧାଡିରେ ଛିଡା ହୋଇଥିବା ବ୍ୟକ୍ତିଙ୍କୁ କେଉଁଠୁ ଟଙ୍କା ଆସିଲା ? ତୁମର ନା ଆଉ କିଏ ଦେଇଛି ଏସବୁ ସମ୍ପର୍କରେ ପଚାରିଥିଲା ।