Onn 3

ଗୋ ଫାଷ୍ଟକୁ ଉଡ଼ାଣ ଅନୁମତି ଦେଲେ ଡିଜିସିଏ

National & International

ନୂଆଦିଲ୍ଲୀ : ବେସାମରିକ ବିମାନ ଚଳାଚଳ ନିୟାମକ ଡିଜିସିଏ ପକ୍ଷରୁ ଆର୍ଥିକ ସଂକଟରେ ପଡ଼ିଥିବା ଘରୋଇ ବିମାନ ସେବା କମ୍ପାନି ଗୋ ଫାଷ୍ଟକୁ କେତେକ ସର୍ତ୍ତ ସହ ବିମାନ ଚଳାଚଳ ଆରମ୍ଭ ପାଇଁ ଅନୁମିତ ଦିଆଯାଇଛି । ୨୨ଟି ବିମାନ ସହ ସେବା ଆରମ୍ଭ କରିବାକୁ କମ୍ପାନି ପ୍ରସ୍ତାବ ଦେଇଥିଲା ।
ଡିଜିସିଏ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ ଗୋଫାଷ୍ଟ ପକ୍ଷରୁ ଜୁନ ୨୮ରେ ଦାଖଲ କରାଯାଇଥିଲା ରିଜମ୍ପସନ ପ୍ଲାନକୁ ଗ୍ରହଣ କରାଯାଇଛି । ଗୋ ଫାଷ୍ଟ ବିମାନ ସେବା ଆରମ୍ଭ କରିପାରିବ କିନ୍ତୁ ଏୟାର ଲାଇସେନ୍ସ ବଜାୟ ରଖିବାକୁ ଯେଉଁ ସର୍ତ୍ତାବଳୀ ଓ ମାନଦଣ୍ଡ ରହିଛି ତାହାକୁ ପାଳନ କରିବାକୁ ପଡ଼ିବ । ସେହିପରି ବିମାନ ସେବାରେ ବ୍ୟବହାର ହେଉଥିବା ବିମାନଗୁଡ଼ିକର ଉଡ଼ାଣ ଯୋଗ୍ୟତା କାଏମ ରଖିବାକୁ ହେବ । ଏହା ସହିତ ରିଜମ୍ପସନ ପ୍ଲାନରେ କୌଣିସ ପରିବର୍ତ୍ତନ କଲେ ସେ ସଂପର୍କରେ ଆଗୁଆ ଡିଜିସିଏକୁ ସୂଚୀତ କରିବାକୁ ହେବ । ଚଳିତ ମାସ ଆରମ୍ଭରେ ଡିଜିସିଏ ପକ୍ଷରୁ କୁହାଯାଇଥିଲା ଯେ ଗୋ ଫାଷ୍ଟର ଦିଲ୍ଲୀ ଓ ମୁମ୍ବାଇ ଫାସିଲିଟି ଗୁଡ଼ିକର ଅଡିଟ୍ କରାଯିବ । ଗୋ ଫାଷ୍ଟ ପକ୍ଷରୁ ଗୁରୁବାର କୁହାଯାଇଥିଲା ଯେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ସବୁ ବିମାନ ଚଳାଚଳ ବନ୍ଦ ରହିବ ।
ଗୋ ଫାଷ୍ଟ ପକ୍ଷରୁ ଗୁରୁବାର କୁହାଯାଇଥିଲା ଯେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ସବୁ ବିମାନ ଚଳାଚଳ ବନ୍ଦ ରହିବ । ଏହି କମ୍ପାନିରେ ମୋଟ ୪୨୦୦ କର୍ମଚାରୀ ଥିବାବେଳେ କମ୍ପାନି ମୁଣ୍ଡରେ ୧୧,୪୬୩ କୋଟି ଟଙ୍କାର ଋଣ ରହିଛି ।