Onn 3

ନୟାଗଡ ଦଶପଲ୍ଲା ଟାକରା ଛକରେ ବୋମାମାଡ଼, ଦୁର୍ବୁତ୍ତକୁ କାବୁ କଲେ ଗ୍ରାମବାସୀ

Crime State

ନୟାଗଡ: ନୟାଗଡ ଜିଲ୍ଲା ଦଶପଲ୍ଲା ଟାକରା ଛକରେ ବୋମାମାଡ଼ । ଗୋପାଳପୁର ଗାଁର ଶ୍ରୀନିବାସ ବେହେରା ଏହି ବୋମାମାଡ଼ କରିଥିବା ଜଣାପଡିଛି । କାବୁ ଟାକରା ଛକରେ ଥିବା ଶକ୍ତିକାନ୍ତ ଷଡଙ୍ଗୀଙ୍କ ଚା ଦୋକାନ ଓ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ଘର ଆଗରେ ବୋମାମାଡ କରିଛି ଶ୍ରୀନିବାସ । ତେବେ ବୋମାମାଡ ପରେ ଗ୍ରାମବାସୀ ଶ୍ରୀନିବାସକୁ କାବୁ କରି ପୋଲିସର ଜିମା ଦେଇଛନ୍ତି ।

ବୋମାମାଡରେ ସୁଶାନ୍ତ ଷଡଙ୍ଗୀ ଓ ଶକ୍ତିକାନ୍ତ ଷଡଙ୍ଗୀ ଗୁରୁତର ହୋଇଥିବା ଜଣାପଡିଛି । ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବୋମାମାଡ଼ର କାରଣ ଏଯାଏ ଅସ୍ପଷ୍ଟ ରହିଛି । ତଦନ୍ତ ପରେ କାରଣ ଜଣାପଡିବ ବୋଲି କହିଛି ପୋଲିସ୍‌ । ଏପଟେ ଶ୍ରୀନିବାସ ନାଁରେ ପୂର୍ବରୁ ମଧ୍ୟ ଅନେକ ଅପରାଧିକ ମାମଲା ରହିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ ହୋଇଥିବା ସନ୍ଦେହ କରାଯାଉଛି।