Onn 3

ପରିବେଶବିତ୍ ହରିହର ଦାସଙ୍କ ”ପରିବେଶ ଗୀତିକା” ଲୋକାର୍ପିତ

State

ବାରିପଦା : ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ, ବାରିପଦାର ଉଦ୍ଭିଦ ବିଜ୍ଞାନ ଓ ସ୍ନାତକୋତ୍ତର ଅଣୁଜୀବ ବିଜ୍ଞନ ବିଭାଗ ପରିସରରେ ପରିବେଶବିତ୍ ତଥା ଏହି କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ହରିହର ଦାସଙ୍କ ରଚିତ ପରିବେଶ ଗୀତିକା ପୁସ୍ତକ ଲୋକାର୍ପିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ପ୍ରଫେସର ଅନନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସେମିନାରରେ ଜିଲ୍ଲା ପରିବେଶ ସମିତିର ଉପାଧ୍ୟକ୍ଷ ସନ୍ତୋଷ ମହାନ୍ତି, ଅବସରପ୍ରାପ୍ତ ପ୍ରାଧ୍ୟାପକ ଦିବ୍ୟ ଶଙ୍କର ପାଲ ଯୋଗ ଦେଇ ଏହି ପୁସ୍ତକ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ପାଇଁ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ଉତ୍ସାହିତ କରିବ ବୋଲି ମତ ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଚନ୍ଦ୍ରଶେଖର ଭୋଇ, ଅଧ୍ୟାପିକା ମହାଶ୍ୱେତା ମହାନ୍ତ, ଅଧ୍ୟାପିକା ଇଷିତା ସିହ୍ନା, ଡେମନଷ୍ଟ୍ରେଟର ସସ୍ମିତା ଦାସ, ପ୍ରଶାନ୍ତ କୁମାର ସେନାପତି, ମିନତୀ ମାର୍ଣ୍ଡି ଏବଂ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

ଉଲ୍ଲେଖ ଯୋଗ୍ୟ ଯେ ଏହି ପୁସ୍ତକଟି ଶ୍ରୀ ଦାସଙ୍କର ପରିବେଶ ସମ୍ପର୍କିତ ୫ମ ତଥା ସାମଗ୍ରିକ କୃତିର ଦ୍ୱାଦଶ ପୁସ୍ତକ ଅଟେ ।