Onn 3

ଆଶା ଓ ଆଶଙ୍କାରେ ଅଂଚଳବାସୀ, ପ୍ରସଙ୍ଗତା ଭିତରେ ରହିଯାଇଛି ପ୍ରସଙ୍ଗ

State

ଆଗରପଡ଼ା: ଆଗରପଡ଼ା ଅଂଚଳ ବିକାଶର ଇତିହାସ ପୃଷ୍ଠାରେ ଆଉ ଏକ ବର୍ଷ ଯୋଡ଼ି ହୋଇଯାଇଥିଲେ ସୁଦ୍ଧା ପ୍ରସଙ୍ଗତା ଭିତରେ ବହୁ ପ୍ରସଙ୍ଗ ରହିଯାଇଥିବା ଜଣାପଡିଛି । ଉକ୍ତ ପ୍ରସଙ୍ଗ ମଧ୍ୟରୁ ଏନ୍‌ଏସସି ମାନ୍ୟତା ପ୍ରସଙ୍ଗ ଅନ୍ୟତମ । ଆଗରପଡ଼ାକୁ ଏନ୍‌ଏସି ମାନ୍ୟତା ପ୍ରସଙ୍ଗ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏଥିନେଇ ଗତ ମେ ମାସରେ ସରକାରୀ ସ୍ତରୀୟ ପ୍ରସ୍ତୁତି ଆରମ୍ଭ ହେବା ସହ ଖୁବ୍ ଶୀଘ୍ର ଏହି ଅଂଚଳର ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବାର ସୂଚନା ମିଳିଥିଲା । କିନ୍ତୁ ଇତି ମଧ୍ୟରେ ୭ମାସ ବିତି ଯାଇଥିଲେ ସୁଦ୍ଧା ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଉକ୍ତ ପ୍ରସଙ୍ଗ କାଗଜ କଲମରେ ସୀମିତ ରହିଯିବା ସମ୍ଭାବନା ସୃଷ୍ଟି ହୋଇଛି । ବନ୍ତ ବ୍ଲକର ୨୫ଗୋଟି ପଂଚାୟତକୁ ତିନୋଟି ଜୋନରେ ବିଭକ୍ତ କରାଯାଇଛି ତନ୍ନମଧ୍ୟରୁ ୯ଟି ପଂଚାୟତ ପୁରୁଷଣ୍ଢ,ବଡ଼ମହିଁଷଗୋଠ, ଅଣିଜୋ, ଆଡ଼ିଆ, ଗୋପିନାଥପୁର, ରାମଚନ୍ଦ୍ରପୁର, ଚାରିଗାଁ , ମହାନ୍ତିପଡ଼ା ଓ ବିଟିପୁର ପଂଚାୟତକୁ ନେଇ ୧୪ନଂ ଜୋନ ଆଗରପଡ଼ା ଗଠିତ । ୮ ଟି ପଂଚାୟତ ଗଣିଜାଙ୍ଗ, ବନ୍ତ, ଟିଲୋ, ଓଡ଼ଙ୍ଗ, ଛୟାଳିସିଂ, ବସନ୍ତିଆ ,ବଡ଼ବର୍ଚ୍ଚିକୟାଁ ଓ କାଦବରାଙ୍ଗକୁ ନେଇ ୧୫ନଂ ଜୋନ ବ ନ୍ତ ଗଠିତ ହୋଇଥିବା ବେଳେ ୮ଟି ପଂଚାୟତ ଗୋବିନ୍ଦପୁର, ରାମକୃଷ୍ଣପୁର, କେନ୍ଦୁଆପଦା,ରାମପୁର,ପଧାନପଡ଼ା, ଷେଣ୍ଢତିରା. ତୋଡ଼ଗାଁ ଓ ନିଳୋକକୁ ନେଇ ୧୬ନଂ ଜୋନ ଗଠିତ ।

କେନ୍ଦୁଝର,ବାଲେଶ୍ୱର ଓ ଭଦ୍ରକ ଏହିପରି ୩ଟି ଜିଲ୍ଲାର ମଧ୍ୟ ଭାଗରେ ଆଗରପଡ଼ା ଅବସ୍ଥିତ । ବ୍ୟବସାୟିକ ଦୃଷ୍ଟି କୋଣରୁ ଆଗରପଡ଼ାର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ହୋଇଥିବା ବେଳେ ଏଠାରେ ବ୍ଲକର ଏକ ମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ଦମକଳ କେନ୍ଦ୍ର ଏବଂ ଶିକ୍ଷା ଓ ପ୍ରଶିକ୍ଷକ କେନ୍ଦ୍ର ଅବସ୍ଥିତ । ପ୍ରବାଦ ପୁରୁଷ ଡ଼ଃ ହରେକୃଷ୍ଣ ମହତାବଙ୍କ ଜନ୍ମମାଟି ଆଗରପଡ଼ା ହୋଇଥିବାବେଳେ ଏ୍ୟୌତିହ ସଂପର୍ଣ୍ଣ କର୍ମ ମନ୍ଦିର ଏଠାରେ ଅବସ୍ଥିତ । ତେଣୁ ବିଭିନ୍ନ ଦୃଷ୍ଟି କୋଣରୁ ଆଗରପଡ଼ା ଏନ୍‌ଏସି ମାନ୍ୟତା ପାଇବା ପାଇଁ ଯୋଗ୍ୟ ହୋଇଥିବା ବେଳେ ଏହା ପ୍ରସଙ୍ଗରେ ଅଟକି ରହିଛି । ସେହିପରି ବିଟିପୁର ଉପଡ଼ାକଘରର ସ୍ଥାୟୀ ଗୃହ ନିର୍ମାଣ,ଆଗରପଡ଼ା ଠାରୁ ବରପଦା ସ୍ଥାୟୀ ରାସ୍ତା ନିର୍ମାଣ ଏହିପରି ବିଭିନ୍ନ ପ୍ରସଙ୍ଗ ବର୍ଷ ପରେ ବର୍ଷ ବିତି ଯାଉଥିଲେ ସୁଦ୍ଧା କେବଳ ପ୍ରସଙ୍ଗରେ ଅଟକି ରହିଛି । ତେଣୁ ଏଥିପ୍ରତି ଜନନାୟକଙ୍କ ସମେତ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।