Photo For The News Of Ayush Program

ଆୟୁଷ ସ୍ୱାସ୍ଥ୍ୟ ଶିବିର

State

ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ଗୋବିନ୍ଦପୁର ପଂଚାୟତର“ଆୟୁଷ୍ମାନ ଆରୋଗ୍ୟ ମନ୍ଦିର(ଆୟୁଷ)”ସରକାରୀ ଆୟୁର୍ବେଦ ଚିକିତ୍ସାଳୟ,ଏରେଣ୍ଡେଇ ଠାରେ ବରିଷ୍ଠ ନାଗରିକଙ୍କ ପାଇଁ ଆୟୁଷ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକ ବରିଷ୍ଠ ନାଗରୀକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ମାଗଣା ଓା÷ଷଧ ବଣ୍ଟନ କରାଯାଇ ଆବଶ୍ୟକୀୟ ପରାମର୍ଶ ଦିଆଯାଇଥିଲା । ଚିକିତ୍ସାଧିକାରିଣୀ ଡ଼. ଚିନ୍ମୟୀ ଆର୍ଯ୍ୟାନ୍‌ଙ୍କ ତତ୍ତ୍ୱାବଧାନରେ ସରକାରୀ ଆୟୁର୍ବେଦ ମେଡ଼ିକାଲ,ଭୁବନେଶ୍ୱରର ଅବସରପ୍ରାପ୍ତ ବରିଷ୍ଠ ଉପଅଧିକ୍ଷକ ଡ଼ାକ୍ତର ନିରଂଜନ ଓଝା,ଡ଼ାକ୍ତର ଆର୍ଯ୍ୟାନ୍ ଓ ଡ଼ାକ୍ତର ବାଲାଜୀ ଠାକୁର ପ୍ରମୁଖ ରୋଗୀଙ୍କ ପରୀକ୍ଷା-ନିରୀକ୍ଷା କରିଥିଲେ । ତାଙ୍କୁ ଏଥିରେ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ,ସେଣ୍ଡତୀରାର ସାମୟିକ କର୍ମଚାରୀ ମନୋଜ ସେଠୀ ଓ କୈଳାଶ ଚନ୍ଦ୍ର ବାରିକ ସହଯୋଗ କରିଥିଲେ । ପୂର୍ବତନ ସରପଂଚ ଶରତ ଚନ୍ଦ୍ର ପଣ୍ଡା,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସନ୍ତୋଷ ଜେନା,ପୂର୍ବତନ ସମିତି ସଭ୍ୟ ସନ୍ତୋଷ ପରିଡ଼ାଙ୍କ ସମେତ ପୂର୍ବତନ କର୍ମଚାରୀ ରଥଚନ୍ଦ୍ର ବାରିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।