Photo3 For The News Of Agarpara College

ପାଣିରେ ଉବୁଡ଼ୁବୁ ଆଗରପଡ଼ା କଲେଜ

State

ଆଗରପଡ଼ା :ଅସରାଏ ବର୍ଷାରେ ପାଣିରେ ଉବୁଡ଼ୁବୁ ହେଲା ଆଗରପଡ଼ା କଲେଜ । ଜଳ ନିଷ୍କାସନ ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆ ନ ଯାଇ ଗୃହ ଗୁଡ଼ିକ ନିର୍ମାଣ ହୋଇଥିବାରୁ ଏହିପରି ପରିସ୍ଥିତି ବାରମ୍ବାର ସୃଷ୍ଟି ହେଉଛି । ଏଥିନେଇ ଛାତ୍ରଛାତ୍ରୀମାନେ ଗଭୀର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ବର୍ତ୍ତମାନ ଡ଼େଙ୍ଗୁ ଚାରିଅଡ଼େ ବ୍ୟାପୁଥିବା ବେଳେ ଦିନଦିନ ଧରି ଏଠାରେ ପାଣି ଜମିରହିବା ଫଳରେ ଡ଼େଙ୍ଗୁ ବ୍ୟାପିବାର ସମ୍ଭାବନାକୁ ମଧ୍ୟ ଏଠାରେ ଏଡ଼ାଇ ଦିଆଯାଇନପାରେ ବୋଲି ଛାତ୍ରଛାତ୍ରୀମାନେ ଆଶଙ୍କା କରୁଛନ୍ତି । ଏହାଛଡ଼ା ଜମିରହିଥିବା ପାଣି ମଧ୍ୟରେ ଛାତ୍ରଛାତ୍ରୀମାନେ ଯାଆଆସ କରିବାବେଳେ ପୋଷାକପତ୍ରମଧ୍ୟ ସଂପୂର୍ଣ୍ଣ ଓଦା ହୋଇଯାଉଛି । ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମଧ୍ୟ ସମଦଶା ଭୋଗୁଛନ୍ତି । କଲେଜ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନିକ୍ଷେପ କରି ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ।

Photo1 For The News Of Agarpara College