Onn 3

୨ ଦିନ ପ୍ରବଳ ବର୍ଷା ସମ୍ଭାବନା

State

ଭୁବନେଶ୍ବର:ଉତ୍ତର ପଶ୍ଚିମ ଏବଂ ତତସଂଲଗ୍ନ ପଶ୍ଚମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ  ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ଆସନ୍ତା ୨ ଦିନ ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଏମିତି ସତର୍କ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

ଆଇଏମଡି ସୂଚନା ଅନୁସାରେ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, ଅନୁଗୁଳ ଜିଲ୍ଲାର କିଛି ଅଞ୍ଚଳରେ ଆସନ୍ତାକାଲି ସକାଳ ୮.୩୦ ସୁଦ୍ଧା ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ।  ସେହିପରି ଢେଙ୍କାନାଳ, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ନୟାଗଡ, ଗଞ୍ଜାମ, କଳାହାଣ୍ଡି, ବଲାଙ୍ଗିର, ସୋନପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା ପାଇଁ ୟେଲୋ ୱର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ବର୍ଷା ସହ ଘଡଘଡି ଓ ବିଜୁଳି ମାରିବାର ଆଶଙ୍କା ରହିଛି । ତେଣୁ ଲୋକଙ୍କୁ ସତର୍କ ରହିବା ପାଇଁ ଚେତାବନୀ ଦେଇଛି ପାଣିପାଗ ବିଭାଗ ।

ଆସନ୍ତାକାଲି ସେପ୍ଟେମ୍ବର ୫ ତାରିଖ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଅଞ୍ଚଳର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ରାୟଗଡା, କନ୍ଧମାଳ, ବୌଦ୍ଧ, ନୂଆପଡା, ବଲାଙ୍ଗୀର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ସୋନପୁର, ସମ୍ବଲପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସୂଚନାଥାଉ କି, ସେପ୍ଟେମ୍ବର ସୁଦ୍ଧା ରାଜ୍ୟର ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ, କେନ୍ଦ୍ରାପଡା, ଜଗତସିଂହପୁରକୁ ମିଶାଇ ୧୦ଟି ଜିଲ୍ଲାରେ  ୮୧୫.୨ ମିମି ବର୍ଷା ହୋଇଯାଇଛି ଯାହା ସ୍ୱାଭାବିକଠାରୁ କମ ରହିଛି । ଅନ୍ୟ ୨୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି ।