Onn 3

ଚନ୍ଦ୍ରଯାନ ସଫଳ ଲାଣ୍ଡିଂ କଲା ହେଲେ ରାହୁଲଯାନ କରିପାରିବନି

National & International

ଜୈସଲମେର:ଚନ୍ଦ୍ରଯାନ ସଫଳତା ପୂର୍ବକ ଲାଣ୍ଡ କରିଗଲା । ହେଲେ ରାହୁଲଯାନ ନା କେବେ ପ୍ରକ୍ଷେପଣ କରାଯାଇଛି ନା କେବେ ଲାଣ୍ଡ କରିଛି । ଏମିତି କହି କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ରାଜସ୍ଥାନ ଗସ୍ତରେ ଯାଇ ଜୈସଲମେରରେ ଗର୍ଜିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।   ସେଠାରେ କଂଗ୍ରେସ ଏବଂ ବରୋଧୀ ମେଣ୍ଟ ଇଣ୍ଡିଆ ବିରୋଧରେ କଥାରେ କଥାରେ ତୋପ ଫୁଟାଇଛନ୍ତି ରାଜନାଥ । ରାହୁଲଙ୍କୁ କଡା ସମାଲୋଚନା କରି କହିଛନ୍ତି,  ରାହୁଲଯାନ ନା କେବେ ପ୍ରକ୍ଷେପଣ କରାଯାଇଛି ନା କେବେ ଲାଣ୍ଡ କରିଛି ବୋଲି କହି କଟାକ୍ଷ କରିଛନ୍ତି । ସେ କହିଛନ୍ତି, ଏ ମେଣ୍ଟର ନାମ ବଡ ହେଲେ ଦର୍ଶନ ଛୋଟ ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ସନାତନ ଧର୍ମ ପ୍ରସଙ୍ଗରେ ଯେପରି ବୟାନ ଦେଇଛନ୍ତି ସେଥିପାଇଁ ବିରୋଧୀ ଦଳ କ୍ଷମା ମାଗିବା କଥା ।

ସେ ଆହୁରି କହିଛନ୍ତି, ରାଜସ୍ଥାନରେ କଂଗ୍ରେସ ହିନ୍ଦୁ-ମୁସଲମାନ, ପଛୁଆ ବର୍ଗଙ୍କ ନାଁରେ ସମର୍ଥନ ହାସଲ କରିବାକୁ ଚାହୁଁଛି । ହେଲେ ତାଙ୍କରି ମେଣ୍ଟର ଗୋଟିଏ ଦଳ ଯାହାର ପ୍ରତିନିଧି ସନାତନ ଧର୍ମକୁ ନେଇ ଟିପ୍ପଣୀ କରିଛନ୍ତି । ହେଲେ ଏହା ଶୁଣି ମଧ୍ୟ କଂଗ୍ରେସ ଚୁପ ରହିଛି । ସନାତନ ଧର୍ମ ଉପରେ କଂଗ୍ରେସର ବିଚାର, ଚିନ୍ତାଧାର କ’ଣ ତାହା ସେ ସ୍ପଷ୍ଟ କରୁନାହିଁ । ତେଣୁ ଏବେ ଏହି ବରୋଧୀ ମେଣ୍ଟର ପରାଜୟ ସୁନିଶ୍ଚିତ ।

ମେଣ୍ଟରେ ସାମିଲ ହୋଇଥିବା ବିପକ୍ଷ ମେଣ୍ଟରେ ସାମିଲ ହୋଇଥିବା ଦଳ ଉଦ୍ଦେଶ୍ୟରେ ରାଜନାଥ କହିଛନ୍ତି ସନାତନ ଧର୍ମକୁ ଅପମାନ କରିଥିବାରୁ ସମସ୍ତେ କ୍ଷମା ମାଗିବା ଉଚିତ । ନଚେତ ଦେଶ କେବେ ବି ତାଙ୍କୁ କ୍ଷମା କରିବ ନାହିଁ ।

ରାଜନାଥ ଆହୁରି କହିଥିଲେ, ବିଜେପି ସାଧାରଣ ଜନତାଙ୍କୁ ସଶକ୍ତ କରିବା ପାଇଁ କାମ କରୁଛନ୍ତି । ଗରିବଙ୍କ କଲ୍ୟାଣ ବିଜେପି ସରକାରର ନାରା ନୁହେଁ  ବରଂ ମିଶନ । ଟ୍ରାନ୍ସପରେନ୍ସି ଇଣ୍ଟରନାଶନାଲ ଅନୁସାରେ, ଭ୍ରଷ୍ଟାଚାର ମାମଲାରେ ରାଜସ୍ଥାନ ୧ ନମ୍ବରରେ ଅଛି । କଂଗ୍ରେସ ସରକାର ରାଜ୍ୟର ଏପରି ଅବସ୍ଥା ପାଇଁ ଦାୟୀ ।