Onn 3

ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦ ସ୍ଥାନିତ କରିବା ନେଇ ଯୁବ-ଛାତ୍ର ବିଜେଡିର ଦାବି

State

Pressmeet-by-Youth-Student-BJD-750x430

ଆଠଗଡ଼: ଆଠଗଡ଼ ବିଜୁ ଯୁବ -ଛାତ୍ର ଜନତା ଦଳ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତର ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ସ୍ଥାନ ଦେବାକୁ ଦାବି କରାଯାଇଛି। ସାରା ଦେଶ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବାବେଳେ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇବା ଦରକାର। ସେମାନଙ୍କ ତ୍ୟାଗକୁ ସମ୍ମାନ ଓ ସ୍ୱୀକୃତି ଦେବା ସହିତ ମହାତ୍ମାଗାନ୍ଧୀଙ୍କ ପ୍ରଦର୍ଶିତ ସତ୍ୟ ଓ ଅହିଂସା ମାର୍ଗରେ ସ୍ୱାଧୀନତା ପ୍ରାପ୍ତି ହୋଇଥିବାରୁ ଆମରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ବର୍ଷ ହେବ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ସ୍ଥାନୀତ କରିବା ପାଇଁ ଦାବି କରିଆସୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଯୁବଛାତ୍ର ବିଜେଡିର କର୍ମକର୍ତ୍ତା ପ୍ରକାଶ କରିଥିଲେ। ଏହି ଦାବିର ଯଥାର୍ଥତାକୁ ଉପଲବ୍ଧି କରି ଆଗାମୀ ୧୭ତମ ତଥା ଶେଷ ଲୋକସଭା ଅଧିବେସନ କାଳରେ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ସ୍ଥାନ ଦେବାକୁ ପଦକ୍ଷେପ ନେବା ଲାଗି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆଠଗଡ଼ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ଦଳୀୟ ନେତୃବୃନ୍ଦ ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଏନଏସି ଅଧିକ୍ଷା ସସ୍ମିତା ରାଉତ, ଆଠଗଡ଼ ବ୍ଲକ ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି, ଏନଏସି ଛାତ୍ର ବିଜେଡି ସଭାପତି ମହମ୍ମଦ ଖଲିଦ, ବ୍ଲକ ଯୁବ ବିଜେଡି ସଭାପତି ବିନୋଦ ମାଝି ଓ ଏନଏସି ଯୁବ ବିଜେଡି ସଭାପତି ଶିବଶଙ୍କର ଜେନା ପ୍ରମୁଖ ଉପସ୍ଥିତ ଥିଲେ।