Bajrakapta Final Collage

ବଜ୍ରକାପ୍ତା ଚାଲାଣ ବେଳେ ୩ ଗିରଫ, ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

State

କୋରାପୁଟ: ପୁଣି ଆଉ ଏକ ବଜ୍ରକାପ୍ତା ଜବତ । କୋରାପୁଟ ଜିଲ୍ଲା ନନ୍ଦପୁର ସେମିଳିଗୁଡା ରାସ୍ତା ବଡେଗାଁ ଗ୍ରାମ ନିକଟରୁ ଫରେଷ୍ଟ ଡିଭିଜନ ଓ ପୋଲିସ ସହାୟତାରେ ବଜ୍ରକାପ୍ତା ସହ ଏକ ଅଲ୍ଟୋ କାର ଜବତ ହୋଇଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ ସିମିଳିଗୁଡାର ସଦା ଦିଶାରୀ, ପଟାଙ୍ଗୀର ମୋସେସ ଖରା ଓ ସିମିଳିଗୁଡାର ଲାଣ୍ଡୁ ଟାଡିଙ୍ଗି ।

ଅଭିଯୁକ୍ତଙ୍କ ନାଁରେ ଦଫା ୩୦୩ (୨), ୩୦୭ (୨), ୬୧(୨) ଭାରତୀୟ ନ୍ୟାୟ ସଂହିତା ସେକ୍ସନ ୫୧ ଓ ୱାଇଲ୍ଡ ଲାଇଫ ପ୍ରୋଟେକ୍ସନ ଆକ୍ଟରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।

ଚିକିତ୍ସା ପରେ ବଜ୍ରକାପ୍ତା ସୁସ୍ଥ ଥିବା ସେମିଳିଗୁଡା ରେଞ୍ଜର ଟି ପଣ୍ଡା ସୂଚନା ଦେଇଛନ୍ତି । ତେବେ ବଜ୍ରକାପ୍ତା ଟିକୁ ଆନ୍ଧ୍ର ଦେଇ ବାହାର ରାଜ୍ୟକୁ ସ୍ଥାନାନ୍ତର କରାଯାଉଥିଲା ବୋଲି ସୂଚନା ରହିଛି । ତେବେ ଏହି ରାକେଟ ପଛରେ ଆଉ କାହାର ସମ୍ପୃକ୍ତି ରହିଛି ? ତାହା ଜାଣିବାକୁ ଅଧିକ ତଦନ୍ତ କରଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ ।