Dam

୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା, ଦମନ’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ମନୋନୀତ

State

୨୦୨୨ ପାଇଁ ଜାତୀୟ ସିନେ ପୁରସ୍କାର ଘୋଷିତ ।  ଓଡ଼ିଆ ଫିଲ୍ମ ‘ଦମନ’କୁ ଜାତୀୟ ସିନେ ପୁରସ୍କାର ମିଳିଛି ।  ଆଞ୍ଚଳିକ ଫିଚର ଫିଲ୍ମ ବର୍ଗରେ ‘ଦମନ’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ବିବେଚିତ ହୋଇଛି ।  ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା ନିର୍ଦ୍ଦେଶିତ ସିନେମାରେ ବାବୁ ସାନ ଅଭିନୟ କରିଥିଲେ ।  ଜେ ପି ମୋସନ ପିକ୍ଚର ଏହି ସିନେମାର ପ୍ରାୟୋଜକ ଥିଲେ । ଫିଚର ଫିଲ୍ମ ବର୍ଗରେ ‘ଦମନ’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଘୋଷିତ ହୋଇଛି ।

ଏହି ସିନେମାରେ ମୁଖ୍ୟ ଅଭିନେତା ଭୂମିକାରେ ଅଭିନୟ କରିଥିବା ବାବୁସାନ  କହିଛନ୍ତି କି, ଓଡିଆ ସିନେମାର ଚିରାଚରିତ କାହାଣୀକୁ ଦମନ ବଦଳାଇ ଦେଇଛି । ଏହି ସିନେମା ପାଇଁ ଅନେକ କଷ୍ଟ କରିବାକୁ ପଡିଛି । ସିନେମା ରିଲିଜ ହେବା ପରେ ଓଡିଶାରେ ହଲ ମିଳିବା ମଧ୍ୟ କଷ୍ଟ ହୋଇପଡିଥିଲା ।