ବାରିପଦା: ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ଵଡାଳିମା ପଞ୍ଚାୟତ ର ଜଙ୍ଗଲିଆ ଗ୍ରାମର ବିଲରୁ ଏକ ବୃଦ୍ଧ ଚାଷୀର ମୃତଦେହ ଉଦ୍ଧାର ହୋଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଜଙ୍ଘିଆ ଗ୍ରାମର ଚାଷୀ କେଦାର ଗଡସରା ନିଜର ଗୋରୁ ଗାଈକୁ ଚଳାଇବା ଏବଂ ବିଲରେ ଧାନ କାଟିବାକୁ ଯାଇଥିଲେ ।ଅପରାହ୍ନରେ କେଦାର ଘରକୁ ନ ଫେରିବାରୁ ତାଙ୍କ ପତ୍ନୀ ଓ ପରିବାର ଲୋକେ ବିଲକୁ ଯାଇଥିଲେ ।ଶୀତ ଦିନ ଦିନ ଛୋଟ ଶିଘ୍ର ସଂଞ୍ଜ ହୋଇଯିବାରୁ କେଦାରକୁ ନ ପାଇ ବିଲରେ ଥିବା ନିଜ ଗୋରୁଗାଈ କୁ ଧରି ଘରକୁ ଫେରି ଆସିଥିଲେ । ରାତିରେ ମଧ୍ୟ କେଦାର ଘରକୁ ଫେରି ନ ଥିଲା । ଶୁକ୍ରବାର ଦିନ ସକାଳେ ସୁଦୁରା ସ୍ବାମୀଙ୍କୁ ଖୋଜିବାକୁ ଯାଇ ବିଲ ମଧ୍ୟରେ ସ୍ୱାମୀର ରକ୍ତ ଜୁଡୁବୁଡୁ ମୃତଦେହ କୁ ଦେଖି ପରିବାର ଲୋକ, ଗ୍ରାମବାସୀ ଏବଂ ତିରିଂ ଥାନାକୁ ଜଣାଇଥିଲେ । ତିରିଂଥାନାଧିକାରୀ ପ୍ରଶାନ୍ତ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପରେ ମୃତଦେହ ଜବତ କରି ଏକ କେଶ ମାମଲା ୧୫୯/୨୪ ରୁଜ୍ଜୁ କରି ମୃତକର ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିଲେ। ତେବେ ପତ୍ନୀଙ୍କ କହିବା ଅନୁସାରେ ଗତବର୍ଷ ପଡ଼ୋଶୀ କାରଣରୁ ବିବାଦ ହୋଇଥିଲା ତେଣୁ ଏହି ଘଟଣାରେ ତା’ର ର ସମ୍ପର୍କ ରହି ଥାଇପାରେ । ଶନିବାର ଦିନ ପୋଲିସ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିବା ସହ ଘଟଣାର ଛାନଭିନ କରୁଛି l