School 750x430

ରାଜଧାନୀରେ ଭୁଶୁଡିଲା ସ୍କୁଲ ପାଚେରୀ

State

ଭୁବନେଶ୍ବର: ଅସରାଏ ବର୍ଷାରେ ଭୁଶୁଡି ପଡିଛି ରାଜଧାନୀ ଛାତିରେ ଥିବା ସ୍କୁଲ କାନ୍ଥ । ଅଲ୍ପକେ ବଞ୍ଚିଗଲା ଅନେକ ଜୀବନ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ୟୁନିଟ୍ ୯ ମହାରାଜା ହଲ ପଛପଟେ ଥିବା ଏକ ଘରୋଇ ସ୍କୁଲରେ । ତେବେ ଏହି ପାଚେରୀ ପଛପଟେ ଲୋକମାନେ ବସବାସ କରୁଥିବାରୁ ଏଥିରେ ଗୋଟିଏ ଘର ଓ ଦୁଇଟି ବାଇକ୍ କ୍ଷତିଗ୍ରସ୍ତ ହୋଇଛି । ଘରେ ଥିବା ଲୋକ ଅଳ୍ପକେ ବଞ୍ଚିଯାଇଛନ୍ତି ।

ସେପଟେ ପାଚେରୀଟି ବିପଦଶଙ୍କୁଳ ଅବସ୍ଥାରେ ବହୁତ ଦିନ ଧରି ରହିଥିବାର ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ସ୍କୁଲ କର୍ତ୍ତୁପକ୍ଷଙ୍କୁ ଏନେଇ କୁହାଯାଇଥିଲେ ମଧ୍ୟ ଏହାର ମରାମତି କରାଯାଇନଥିବାରୁ ଆଜି ଅସରାଏ ବର୍ଷାରେ ସ୍ଥିତି ଏପରି ହୋଇଛି । ଭଗବାନଙ୍କ ଦୟାରୁ ସ୍କୁଲ ଛୁଟି ଥିବା ସମୟରେ ଏଭଳି ଅଘଟଣ ଘଟିଥିବାରୁ ଏଥିରୁ ବଞ୍ଚିଯାଇଛନ୍ତି ଅନେକ କଅଁଳ ଶିଶୁ ।