Onn 3

ବିଜ୍ଞାନପ୍ରଚାର ସମିତି ସାଲେପୁର ଶାଖାର ମାସିକ ଅଧିବେଶନ ଓ ଆଲୋଚନା ଚକ୍ର

State

କଟକ : ଗତ ରବିବାର ଅପରାହ୍ନ ୪ ଘଟିକା ସମୟରେ ସାଲେପୁର ନିକଟସ୍ଥ ପିକୋଳଠାରେ ଅବସ୍ଥିତ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟ ସଭାଗୃହରେ ବିଜ୍ଞାନପ୍ରଚାର ସମିତି ସାଲେପୁର ଶାଖାର ମାସିକ ଅଧିବେଶନ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି |

ସମିତିର ସଭାପତି ମେଜର ମଞ୍ଜୁଶ୍ରୀ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଏକ ବିଶେଷ ପ୍ରସଙ୍ଗ ‘ଜୈବିକ ଉତ୍ପାଦର ଉପଯୋଗ’ ସମ୍ବନ୍ଧରେ ବକ୍ତାମାନେ ବିଶେଷ ଉପସ୍ଥାପନା କରିଥିଲେ |

ଏହା ବ୍ୟତୀତ ଅଧିବେଶନରେ ଚିତ୍ତ ରଞ୍ଜନ ପଣ୍ଡା ‘ଗୁଡ଼ୁଚି ଲଟାର ଔଷଧୀୟ ଗୁଣ’ ଉପରେ ଏକ ବିଶେଷ ପ୍ରବନ୍ଧ ପାଠ କରିଥିଲେ | ସେହିପରି ମାନସ କୁମାର ଦାସ ଅପରାଜିତା ଉପରେ ଅନ୍ୟଏକ ପ୍ରବନ୍ଧ ପାଠ କରିଥିଲେ |

ଟ୍ରଷ୍ଟର ପରିଚାଳକ ସୁକାନ୍ତ କିଶୋର ମହାନ୍ତି ଜୈବିକ ଖତ ଓ ଗୋମୂତ୍ର ଓ ନିମରସରୁ ପ୍ରସ୍ତୁତ ଅନନ୍ୟା ଗୋନାଇଲର ଉତ୍ପାଦ ଓ ବିତରଣ ବାବଦରେ ଏକ କେନ୍ଦ୍ରର ଶୁଭାରମ୍ଭ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ | ଉକ୍ତ ଗୋନାଇଲର ପ୍ରସ୍ତୁତି ତଥା ଜିଆ ଖତର ଉପଯୋଗିତା ପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ଶାରଦା ପ୍ରସାଦ ରଥ | ଏହି ବିତରଣ କେନ୍ଦ୍ରକୁ ସମିତିର ସଭାପତି ମେଜର ପତି ଉଦ୍‌ଘାଟନ କରିଥିଲେ |

1
ଅନ୍ୟମାନଙ୍କ ମଧ୍ୟରେ ସଭିତିର ବରିଷ୍ଠ ସଭ୍ୟ ଡକ୍ଟର ଉମେଶ ପତି, ଡ. ପୂର୍ଣ୍ଣଚନ୍ଦ୍ର ଓଝା, ବିପିନ ବିହାରୀ କର, ବିଶ୍ବନାଥ ପଣ୍ଡା, ରାଜମୋହନ ଶତପଥୀ, ଟ୍ରଷ୍ଟର କୋଷାଧ୍ୟକ୍ଷ ପୁରସ୍ତମ ବେହେରା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ | ଶେଷରେ ମହେଶଚନ୍ଦ୍ର କର ଧନ୍ୟବାଦ ଅର୍ପଣ କରିଥିଲେ |

2