Onn 3

ଆଗରପଡ଼ା ବଜାରରେ ନାହିଁ ମୌଳିକ ସୁବିଧା

State

ଆଗରପଡ଼ା: ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଆଗରପଡ଼ା ୩ଟି ଜିଲ୍ଲା ଭଦ୍ରକ, ବାଲେଶ୍ୱର, କେନ୍ଦ୍‌ୁଝରର ସୀମାନ୍ତବର୍ତ୍ତୀ ସ୍ଥାନରେ ଅବସ୍ଥିତ । ବ୍ୟବସାୟୀକ ଦୃଷ୍ଟିକୋଣରୁ ଏହାର ଗୁରୁତ୍ୱ ଅଧିକ । କିନ୍ତୁ ବିଭିନ୍ନ ଆକଳନକୁ ନଜିରକୁ ନେଲେ ଉକ୍ତ ବଜାର ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ସମ୍ପୂର୍ଣ୍ଣ ଫେଲ ମାରିଥିବା ଜଣାପଡ଼ିଛି । ବନ୍ତ ବ୍ଲକ ୨୫ ଗୋଟି ପଂଚାୟତକୁ ନେଇ ଗଠିତ । ଉକ୍ତ ୨୫ ଗୋଟି ପଂଚାୟତକୁ ଆରଗପଡ଼ା,ବନ୍ତ ଓ କେନ୍ଦୁଆପଦା ଏହିପରି ୩ ଗୋଟି ଜୋନରେ ବିଭକ୍ତ କରାଯାଇଅଛି । ପୁରୁଷଣ୍ଢ, ବିଟିପୁର, ବଡ଼ମହିଁଷଗୋଠ, ଗୋପିନାଥପୁର, ମହାନ୍ତିପଡ଼ା,ଅଣିଜୋ,ଚାରିଗାଁ(ଚକ୍ରାପାଢୀ),ଆଡ଼ିଆ,ରାମଚନ୍ଦ୍ରପୁର ଆଦି ୯ଗୋଟି ପଂଚାୟତକୁ ନେଇ ଆଗରପଡ଼ା ଜୋନ ଗଠିତ । ଗକ୍ତ ୯ଗୋଟି ପଂଚରୟତ ମଧ୍ୟରୁ ପୁରୁଷଣ୍ଢ,ବିଟିପୁର,ବଡ଼ମହିଁଷଗୋଠ ଓ ଗୋପିନାଥପୁର ପଂଚାୟତ ଅଧିନରେ ଆଗରପଡ଼ା ବଜାର ତାର ପସରା ମେଲେଇଛି । ଏହିପରି ସ୍ଥଳେ ଉକ୍ତ ବଜାର ଉପରେ ନିର୍ଭର କରୁଥିବା ୩ ଗୋଟି ଜିଲ୍ଲାର ବାସିନ୍ଦା ସେମାନଙ୍କ ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି । କାରଣ ଉକ୍ତ ବଜାର ଅଂଚଳରେ ନା ଅଛି ଶୌଚାଳୟ,ନା ସ୍ଥାୟୀ ବିଶ୍ରାମାଗାର,ନା ସ୍ଥାୟୀ ବସଷ୍ଟାଣ୍ଡ । ବଜାରକୁ ଆସିଲେ ଲୋକମାନଙ୍କ ପାଇଁ କୌଣସି ଶୌଚାଳୟର ବନ୍ଦୋବସ୍ତ ଆଜିପର୍ଯ୍ୟନ୍ତ ହୋଇପାରିନାହିଁ । ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଟିପୁର ଓ ବଡ଼ମହିଁଷଗୋଠ ପଂଚାୟତ ପକ୍ଷରୁ ବଜାର ଅଂଚଳରେ ୩ବର୍ଷ ହେବ ୨ଗୋଟି ଗୋଷ୍ଠି ପରିମଳ କେନ୍ଦ୍ର ନିର୍ମାଣ ହେଉଥିଲେ ସୁଦ୍ଧା ତାହା ବ୍ୟବହାର ଯୋଗ୍ୟ ହୋଇପାରିନାହଁ । ସେହିପରି କୌଣସି ସ୍ଥାୟୀ ବିଶ୍ରାମାଗାର ଆଜିପର୍ଯ୍ୟନ୍ତ ବଜାର ଅଂଚଳରେ ନିର୍ମାଣ ହୋଇନଥିବାରୁ ଲୋକମାନେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ଅନ୍ୟ ପକ୍ଷରେ ବଜାର ଅଂଚଳରେ ସ୍ଥାୟୀ ବସ୍‌ଷ୍ଠାଣ୍ଡ ଟିଏ ନଥିବାରୁ ବିଭିନ୍ନ କାର୍ଯ୍ୟରେ ବିଭିନ୍ନ ଜିଲ୍ଲାକୁ ଯିବା ପାଇଁ ମଧ୍ୟ ସମସ୍ୟା ଉପୁଜୁଛି । ଏହା ଏକ ପ୍ରମୁଖ ବ୍ୟବସାୟୀକ ସ୍ଥଳୀ ହୋଇଥିବାରୁ ଶହଶହ ଗାଡ଼ି ଯିବା ଆସିବା କରୁଛନ୍ତି । କିନ୍ତୁ ଏହିପରି ସ୍ଥଳେ ଏଠାରେ କୌଣସି ସ୍ଥାୟୀ ବସଷ୍ଟାଣ୍ଡ ନଥିବାରୁ ଦିନକୁ ଦିନ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାରେ ଲାଗିଛି । ଏହାକୁ ଦୃଷ୍ଟି ରେ ରଖି ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପ୍ରଚେଷ୍ଟାରେ ବଜାରଠାରୁ ପାଖାପାଖି ୨କିମି ଦୂର ସ୍ଥାନୀୟ ଡ଼ାଏଟ ଛକ ଠାରେ ୨୦୧୯ ମସିହାରେ ବସ୍‌ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ମୁହୁର୍ତ୍ତରେ ସାଂସଦ ଅନୁଦାନ ପାଣ୍ଠିରେ ଏହା ପୂର୍ଣ୍ଣାଙ୍ଗ ହୋଇଥିଲା । ମାତ୍ର ଆଜି ସୁଦ୍ଧା ଏହା ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଏହି ବସ୍‌ଷ୍ଟାଣ୍ଡରେ ପୁରୁଷଣ୍ଢ ପଂଚାୟତ ପକ୍ଷରୁ ୩ଲକ୍ଷ ଟଙ୍କାରେ ନିର୍ମିତ ଗୋଷ୍ଠି ପରିମଳ କେନ୍ଦ୍ର ଲୋକଙ୍କ ବ୍ୟବହାରରେ ଲାଗିବା ପରିବର୍ତ୍ତେ ବନ୍ଦ ହୋଇପଡ଼ିଥ୍‌ôବା ବେଳେ ଏଠାରେ ମଧ୍ୟ ବିଶ୍ରାମାଗାରଟିଏ ନାହିଁ । କେଣୁ ୩ଟି ଜିଲ୍ଲାର ସୀମାବର୍ତ୍ତିୀ ସ୍ଥାନରେ ଅବସ୍ଥିତ ଆଗରପଡ଼ା ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାରୁ ଉକ୍ତ ବଜାର ଉପରେ ନିର୍ଭର କରୁଥିବା ଜନସାଧାରଣଙ୍କ ପାଇଁ ମୌଳିକ ସୁବିଧା ଯଥାଶୀଘ୍ର ଯୋଗାଇ ଦେବାପାଇଁ ଦାବି ହେଉଛି ।