Onn 3

ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ

Crime State

 

jawan-2-722x430

ନୟାଗଡ: ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ । ନୟାଗଡ଼ ଜିଲ୍ଲା ଇଟମାଟି ଥାନା ପାଣ୍ଡେରିପାଟଣା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଯବାନ ଜଣଙ୍କ ହେଉଛନ୍ତି ପାଣ୍ଡେରିପାଟଣା ଗ୍ରାମର ବଂଶୀଧର ସାହୁଙ୍କ ପୁଅ କାହ୍ନୁଚରଣ ସାହୁ । କାହ୍ନୁଚରଣ ଛତିଶଗଡ଼ର ନାନ୍ଦିରେ ସି.ଆର.ପି.ଏଫ ଯବାନ ଭାବେ କାର୍ଯ୍ୟ କରୁଥିଲେ । ତେବେ କେଉଁ କାରଣରୁ ସେ ଏଭଳି ନିଷ୍ପତି ନେଲେ ତାହା ଏଯାବତ୍ ଜଣାପଡିନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଛତିଶଗଡ଼ ସିଆରପିଏଫ୍ ଅଧିକାରୀଙ୍କ କହିବା କଥା ଅନୁସାରେ, କାହ୍ନୁଚରଣ ସବୁବେଳେ ମାନସିକ ଚିନ୍ତାରେ ରହୁଥିଲେ । ଗତ କାଲି ନିଜ କାର୍ଯ୍ୟ ସାରି କାହ୍ନୁ ନିଜ ରୁମରେ ରହିଥିବା ବେଳେ ନିଜକୁ ନିଜେ ଗୁଳି କରିଛନ୍ତି । ଦିନ ଦୁଇଟା ବେଳେ ତାଙ୍କ ପରିବାରକୁ ଖବର ମିଳିଥିଲା କାହ୍ନୁ ମୃତ୍ୟୁବରଣ କରିଛନ୍ତି । ଛତିଶଗଡ଼ରୁ ପାଣ୍ଡେରି ପାଟଣା ଗ୍ରାମ ଅଭିମୁଖେ ତାଙ୍କ ମରଶରୀର ଆସି ପହଞ୍ଚିଥିଲା । ପରେ ଜାତୀୟ ପତାକା ତାଙ୍କ ମରଶରୀର ଉପରେ ପକାଯାଇ ଗ୍ରାମ ପରିକ୍ରମା କରାଯିବା ସହିତ ଗାଁ ଶ୍ମସାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତେବେ ବୀର ଯବାନଙ୍କ ଏଭଳି ନିଷ୍ପତ୍ତିକୁ କେହିବି ସହଜରେ ଗ୍ରହଣ କରିପାରୁନଥିବା ବେଳେ, କାହ୍ନୁଙ୍କ ମୃତ୍ୟୁ ପରିବାରରକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦେଇଛି । ଉଚିତ୍ ତଦନ୍ତ ପରେ କାହ୍ନୁଚରଣଙ୍କ ମୃତ୍ୟୁ ପଛର ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି କହିଛନ୍ତି ଛତିଶଗଡ ସିଆରପିଏଫ୍ ଅଧିକାରୀ ।