Onn 3

ଖୁବଶୀଘ୍ର ପଦମପୁରକୁ ଜିଲ୍ଲା ମାନ୍ୟତା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଇଁ ପ୍ରକ୍ରିୟା ଆରମ୍ଭ

State

 

OPTCL-1

ପଦମପୁର: ଖୁବଶୀଘ୍ର ଜିଲ୍ଲା ମାନ୍ୟତା ପାଇବ ପଦମପୁର । ଓଡ଼ିଶାର ଜିଲ୍ଲା ସଂଖ୍ୟା ବୃଦ୍ଧି ପାଇବ। ଏଥିସହ ସତ ହେବ ପଦମପୁରବାସୀଙ୍କ ସ୍ବପ୍ନ । ଦୀର୍ଘଦିନ ଧରି ଜିଲ୍ଲା ମାନ୍ୟତା ଦାବି କରୁଥିଲେ ପଦମପୁରବାସୀ। ଯାହା ଏବେ ସତ ହେବାକୁ ଯାଉଛି। ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟର ସ୍ଥାନ ନିରୂପଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପଦମପୁରରେ ପହଞ୍ଚି ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି ଆରଡିସି ସୁରେଶ ଚନ୍ଦ୍ର ଦଳାଇ । ଆରଡିସିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଏଥିରେ ସାମିଲ ହୋଇଛି ।

ପଦମପୁରକୁ ବର୍ଷେ ଭିତରେ ଜିଲ୍ଲା ମାନ୍ୟତା ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦମପୁର ଉପନିର୍ବାଚନ ସମୟରେ ପଦମପୁରକୁ ଜିଲ୍ଲା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ଗତବର୍ଷ ଡିସେମ୍ବର ମାସରେ ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଚଳିତବର୍ଷ ହିଁ ପଦମପୁରବାସୀଙ୍କ ଜିଲ୍ଲା ସ୍ବପ୍ନ ସତ ହେବ ବୋଲି ନବୀନ କହିଥିଲେ । ଜିଲ୍ଲା ଗଠନ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିବାରୁ ପଦମପୁରବାସୀଙ୍କ ମନରେ ଉତ୍ସାହ ଦେଖାଦେଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପଦମପୁରବାସୀ ।