Berhmpur 1

ଗୁଣି ଗାରେଡ଼ି ସନ୍ଦେହରେ ବ୍ୟକ୍ତିଙ୍କୁ ପୋଡ଼ି ଦେଇଥିଲେ, ଏବେ ୧୧ ଜଣଙ୍କୁ ଗିରଫ କରିଛି ପୋଲିସ

State

ବ୍ରହ୍ମପୁର : ଅନ୍ଧବିଶ୍ୱାସରେ ସମ୍ପୂର୍ଣ୍ଣ ଅନ୍ଧ ହୋଇଗଲାଣି ଏ ମଣିଷ । ଭୁଲିଯାଇଛି ମାନବିକତା । ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା ବ୍ରହ୍ମପୁରର ହଳଦୀବାଡ଼ ଗାଁରେ । ତେବେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତି ପିଟି ପିଟି ହତ୍ୟା କରିବା ପରେ ପୋଡ଼ିଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି କରିଥିଲା । ତେବେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତି ପିଟି ପିଟି ହତ୍ୟା କରିବା ପରେ ପୋଡ଼ିଦେଇଥିଲା । ଏହି ଘଟଣା ପରେ ହତ୍ୟାରେ ସମ୍ପୃକ୍ତ ଥିବା ୧୧ ଜଣଙ୍କୁ ଗିରଫ କରିଛି ପୋଲିସ । ଏଭଳି ହତ୍ୟାକାଣ୍ଡ ଘଟିଥିଲା ଜରଡ଼ା ଥାନା ଆଙ୍କୁଲି ପଞ୍ଚାୟତର ହଳଦୀବାଡ଼ ଗାଁରେ ।

ଗାଁରେ ଜଣେ ଲୋକଙ୍କ ମୃତ୍ୟୁ ହେବା ପରେ ଏକ ବୈଠକ ହୋଇଥିଲା । ଉକ୍ତ ବୈଠକରେ ଗାଁର ଗୁରୁବାରୀ ଡ଼ାକୁଆଙ୍କୁ ଡ଼କାଯାଇଥିଲା । କିନ୍ତୁ ବୈଠକକୁ ଯିବା ନିମନ୍ତେ ସେ ମନା କରିଦେଇଥିଲେ । ଯାହାଫଳରେ ଗାଁ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା ଗୁରୁବାରୀ ଗୁଣିଗାରେଡ଼ି କରି ସମ୍ପୃକ୍ତ ଲୋକକୁ ହତ୍ୟା କରିଛି । କାରଣ ପୂର୍ବରୁ ଗାଁ ଲୋକଙ୍କ ସହ ଗୁରୁବାରୀଙ୍କ ଗଣ୍ଡଗୋଳ ମଧ୍ୟ ହୋଇଥିଲା । ଏହାସହିତ ଗୁରୁବାରୀ ଏକ ମାମଲାରେ ଜେଲକୁ ଯାଇ ଗାଁକୁ ଫେରିଥିଲା । ଏଭଳି ଗାଁରେ ଗୁଣିଗାରେଡ଼ି କରି ବିଶୃଙ୍ଖଳା ସୃଷ୍ଟି କରୁଥିବା ଯୋଗୁଁ ଗାଁ ଲୋକେ ଏକାଠି ହୋଇ ଗୁରୁବାରୀଙ୍କୁ ପିଟିପିଟି ହତ୍ୟା କରିବା ପରେ ପୋଡ଼ି ଦେଇଥିଲେ ।

ତେବେ ଏହି ଘଟଣା ସମ୍ପର୍କରେ ଗତ ୧୧ ତାରିଖରେ ଜରଡ଼ା ଥାନାରେ ମାମଲା ରୁଜୁ ହେବା ସହିତ ପୋଲିସ ତଦନ୍ତ କରିଥିଲା । ପରେ ଗୁରୁବାରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଗାଁର ୧୧ ଜଣ ଲୋକଙ୍କୁ ଗିରଫ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।