Dead Body

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ

State

ଆଗରପଡ଼ା: ବନ୍ତ ବ୍ଳକ ବିଟିପୁର ପଂଚାୟତ ସ୍ଥିତ ବିଟିପୁର ଗ୍ରାମର ମୋହନ ଦାସଙ୍କ ପୁଅ ପିଣ୍ଟୁ (୨୩)ଗତ ଶୁକ୍ରବାର ଅପରାହ୍ନରେ ମହାକାଳପଡ଼ା ସ୍ଥିତ ମହାନଦୀରେ ମାଛ ଧରିବା ସମୟରେ ନଦୀରେ ଭାସିଯାଇଥିଲେ । ପରେ ଓଡ୍ରାଫ ଟିମ ବହୁ ଖୋଜାଖୋଜି କରିବାପରେ ଶନିବାର ତାଙ୍କ ଶବକୁ ଉଦ୍ଧାର କରିଥିଲେ ବୋଲି ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁଯାୟୀ;ପିଣ୍ଟୁ କିଛିଦିନ ହେଲା ମହାକାଳପଡ଼ାରେ ଥିବା ତାଙ୍କ ଶ୍ୱଶୁର ଘରେ ରହୁଥିଲେ । ପ୍ରାୟ ସବୁଦିନ ପରି ଘଟଣାଦିନ ଜାଲ ପକାଇ ମାଛ ଧରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ତାଙ୍କର ପତ୍ନୀ ଗର୍ଭବତୀ ଅଛନ୍ତି । ତାଙ୍କ ଅକାଳ ମୃତ୍ୟୁରେ ଆଗରପଡ଼ା ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।