Photo For The News Of Anadhua Road

ଅଣଧୁଆ ଗାଁ ରାସ୍ତା ମରଣଯନ୍ତା

State

ଆଗରପଡ଼ା :ଭଦ୍ରକ ଜିଲା ବନ୍ତ ବ୍ଲକ ଆଡ଼ିଆ ପଞ୍ଚାୟତ ସ୍ଥିତ ଅଣଧୁଆ ଗାଁ କୁ ଆଜିଯାଏ ଭଲ ରାସ୍ତାଟିଏ ନିର୍ମାଣ ହୋଇନପାରିବା ବଡ ଦୁôôଃଖ ଓ ଅନୁତାପର ବିଷୟ ଅଟେ । ସବୁଦିନିଆ ରାସ୍ତାଟିଏ ନଥିବାରୁ ଗାଁ ଲୋକମାନେ ନାନାଦି ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି । ଏହି ଗାଁରେ ପାଖାପାଖି ଦେଢଶହ ଲୋକ ବସବାସ କରିଥାନ୍ତି । ସ୍କୁଲ,କଲେଜ,ଅଙ୍ଗନୱାଡ଼ି ଆଦି ଅନୁଷ୍ଠାନମାନଙ୍କୁ ରାସ୍ତା ସମସ୍ୟା ଯୋଗୁଁ ପ୍ରତିବର୍ଷ ଏହି ସମୟରେ ପିଲାମାନେ ଶିକ୍ଷାଲାଭ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ଆମ୍ବୁଲାନ୍ସ ରାସ୍ତା ଦୁରାବସ୍ଥା ପାଇଁ ଆସିପାରୁ ନଥିବାରୁ ଗୁରୁତର ରୋଗୀମାନେ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ପହଞ୍ଚିବାକୁ ଅହେତୁକ ବିଳମ୍ବ ଘଟୁଛି । ଦମକଳ ମଧ୍ୟ ଆସିପାରୁ ନଥିବାରୁ ଅଗ୍ନିକାଣ୍ଡ ପରି ଦୁର୍ଘଟଣା ଆୟତ୍ତ କରିବା ଅସମ୍ଭବ ହୋଇପଡ଼ୁଛି । ବନ୍ତ-ଆଗରପଡ଼ା ମୁଖ୍ୟ ରାସ୍ତାକୁ ଏହି ଗାଁ ରାସ୍ତା ଟି ସଂଯୋଗ କରୁଛି । କିଛି ମାସ ପୂର୍ବେ ଗାଁ ଶେଷମୁଣ୍ଡ ଆଡ଼କୁ ଓ ଆରମ୍ଭରୁ ମାତ୍ର ୨୦୦ ମିଟର ପାଖାପାଖି କଂକ୍ରିଟ ହୋଇଥିଲା । ଏହାକୁ ଛାଡ଼ି ମାଟି ରାସ୍ତା ପୁରାପୁରି ନଷ୍ଟ ହୋଇଯାଇଛି । ଖାଲଖମାରେ ଭର୍ତ୍ତି ଏହି ରାସ୍ତାଟି ଅତି ସଂକୀର୍ଣ୍ଣ ଥିବାରୁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସବୁ ଗାଁ ରାସ୍ତା କଂକ୍ରିଟ ହେଉଛି କିନ୍ତୁ ଅଣଧୁଆ ଗାଁ ରାସ୍ତା ଅବସ୍ଥାରେ ପରିବର୍ତ୍ତନ ହୋଇନପାରିବା ସରକାରଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳନିର୍ଦ୍ଦେଶ କରୁଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।