Photo For The News Of Sobhaniya Sikhya Srama

ଶୋଭନୀୟ ଶିକ୍ଷାଶ୍ରମରେ ବୃକ୍ଷରୋପଣ

State

ଆଗରପଡ଼ା : ଆଗରପଡ଼ାସ୍ଥ ଶୋଭନୀୟ ଶିକ୍ଷାଶ୍ରମରେ ଦିବସବ୍ୟାପି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏହି କାର୍ଯ୍ୟକ୍ରମ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ବନବିଭାଗ କର୍ମଚାରୀମାନଙ୍କ ପକ୍ଷରୁ ଅବଗତ କରାଯିବା ପରେ ଶିକ୍ଷାଶ୍ରମ ପରିସରରେ ବିଭିନ୍ନ ପ୍ରକାରର ଚାରାରୋପଣ ଗୁରୁମା ଓ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ କରାଯାଇଥିଲା । ଗୁରୁମା ସୁକାନ୍ତିଲତା ସିଂହ,ରଶ୍ମିତା ବିଶ୍ୱାଳ,କବିତା ଦାସ,ମନ୍ଦାକିନୀ ଦାସ,ରଶ୍ମିତା ଦାସ,ମାମାଲି ନାୟକ,ଗୀତାରାଣୀ ଖଟୁଆ,ଲତିକା ହାତି,ରଶ୍ମିପ୍ରଭା ଦାସଙ୍କ ସମେତ ଫରେଷ୍ଟର ବସନ୍ତ ମାଝୀ,ଗାର୍ଡ଼ ସତ୍ୟ ପ୍ରକାଶ ସ୍ୱାଇଁ,ସନ୍ତୋଷ ପୁହାଣ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପରିବେଶବିତ୍ ମହେନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୃକ୍ଷରୋପଣ କରାଯାଇଥିଲା ।