Sfawer

ଚିକିତ୍ସାରେ ଅର୍ଥ ବାଧକ; ସହାୟତା ଆଶାରେ ପରିବାର

State

ଆଗରପଡ଼ା :ସଡ଼କ ଦୂର୍ଘଟଣାରେ ଗୁରୁତର ହୋଇ ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସାଧିୀନ ଅଛନ୍ତି ଭଦ୍ରକ ବ୍ଲକ ବାନୀତିଆ ପଂଚାୟତ ଅନ୍ତର୍ଗତ ଟିଗିରିଆ ଗ୍ରାମର ପ୍ରଭାକର ଜେନା । ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ରହିଛି । ତେଣୁ ତାଙ୍କ ପରିବାରବର୍ଗ ସରକାରୀ କିମ୍ବା ବେସରକାରୀ ସ୍ତରରେ ଆର୍ଥିକ ସହାୟତା ପାଇଁ ନିବେଦନ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ; ଗତ ମାସ ୧୦ ତାରିଖ ଭଦ୍ରକରୁ ଘରକୁ ଫେରୁଥିବା ସମୟରେ ଗେଲଟିଆ ନିକଟରେ ପ୍ରଭାକରଙ୍କ ବାଇକ୍ ଦୂର୍ଘଟଣା ହୋଇôତଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଅଶ୍ୱିନୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ୨୧ଦିନ ଆଇସିୟୁରେ ରହି ଚିକିତ୍ସିତ ହେବାପରେ ମଧ୍ୟ ସୁସ୍ଥ ହୋଇପାରିନଥିଲେ । ମୁଣ୍ଡରେ ତାଙ୍କର ଗଭୀର ଆଘାତ ଲାଗିଥିବାରୁ ବର୍ତ୍ତମାନ ତାଙ୍କର ବ୍ରେନ ଅପରେସନ ହେବ ବୋଲି ଜଣାପଡ଼ିଛି । ସେଥିପାଇଁ ସେ ଆମ୍ରି ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ଚିକିତ୍ସା ପାଇଁ ପ୍ରଚୁର ଅର୍ଥର ଆବଶ୍ୟକତାଥିବା ବେଳେ ସେ ଘରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାରୁ ଏହା ପରିବାର ପକ୍ଷେ ଅସମ୍ଭବ । ତେଣୁ ପରିବାର ବର୍ଗ ସରକାରୀ କିମ୍ବା ବେସରକାରୀ ସ୍ତରରେ ସାହାର୍ଯ୍ୟ ପାଇଁ ନିବେଦନ କରିଛନ୍ତି ।