Rwer

ଯୁବକ ଉପରେ ଚଢିଗଲା ଟ୍ରକ୍‌

Crime State

ଆଗରପଡ଼ା:ଆରଗପଡ଼ାସ୍ଥ ବରହମପୁର ଛକ ଠାରେ ଜଣେ ବାଇକ୍ ଚାଳକଙ୍କ ଉପରେ ଚଢିଗଲା ୧୬ ଚକିଆ ଟ୍ରକ୍ । ଅଳ୍ପକେ ସେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ ସୁଦ୍ଧା ଗୁରୁତର ଭାବେ ଆହତ ହୋଇ ଭଦ୍ରକ ମୁଖ୍ୟ ମେଡ଼ିକାଲରେ ଚିକିତ୍ସାଧୀନ ଥିବାର ଜଣାପଡ଼ିଛି । ପ୍ରାପ୍ତ ସୂଚନା ମୁତାବକ;ଗୁରୁବାର ସକାଳ ସମୟରେ ଖଇରା ଥାନା ଅନ୍ତର୍ଗତ ପତରାଜପୁର ଗ୍ରାମର ସୁଦର୍ଶନ ସୂତାର ବାଇକ୍ ଯୋଗେ ଆଗରପଡ଼ାକୁ ଆସୁଥିଲେ । ହଠାତ୍ ପଛରୁ ଦ୍ରୁତଗତିରେ ଗୋଟିଏ ୧୬ ଚକିଆ ଟ୍ରକ ଆସି ତାଙ୍କୁ ଧକ୍କା ଦେଇଥିଲା । ବାଇକଟି ଭାରସାମ୍ୟ ହରାଇବାରୁ ସୁଦର୍ଶନ ଟ୍ରକଚକା ତଳେ ପଡ଼ିଯାଇଥିଲେ । ଟ୍ରକ ଚାଳକ ଏହା ଦେଖି ବ୍ରେକ୍ ଦେବାରୁ ସୁଦର୍ଶନ କିଛି ବାଟ ଟ୍ରକ୍ ଘୋଷାଡ଼ି ନେଇଥିଲା । ଯଦ୍ୱାରା ତାଙ୍କ ଡ଼ାହାଣ ଓ ବାମ ହାତରେ ଗଭୀର ଆଘାତ ଲାଗିଛି । ଏହି ଦୂର୍ଘଟଣା ପରେ ଉପସ୍ଥିତ ଲୋକମାନେ ସୁଦର୍ଶନଙ୍କୁ ଟ୍ରକ ତଳୁ ବାହାର କରି ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଥାନାରେ ଅଟକ ରଖି ଆଗରପଡ଼ା ପୋଲିସ ଅଧିକ ତଦନ୍ତ ଜାରୀ ରଖିଛି ।