Photo

ପ୍ରତିଶ୍ରୁତି ପ୍ରତିଷ୍ଠାନର ଜିଲ୍ଲା ସ୍ତରୀୟ ବହୁଭାଷୀ କବି ସମ୍ମିଳନୀ ଓ ସାରସ୍ୱତ ସମାରୋହ

State

ବାରିପଦା: ମୟୂରଭଞ୍ଜ ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ପ୍ରତିଶ୍ରୁତି ପ୍ରତିଷ୍ଠାନ ପକ୍ଷରୁ ସ୍ୱାଧୀନତାର ୭୮ତମ ବର୍ଷ ପାଳନ ଅବସରରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ( ସଦ୍‌ଭାବନା ସଭା ଗୃହ) ଠାରେ ଏକ ବହୁଭାଷୀ କବି ସମ୍ମିଳନୀ ତଥା ସାରସ୍ୱତ ଆଲୋଚନା ଚକ୍ର ପ୍ରତିଷ୍ଠାନର ସଭାପତି ଡା. ପାର୍ଥ ସାରଥୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂଗୀତ ଶିଳ୍ପୀ ସୁଶ୍ରୀ ଭାରତୀ ବେବର୍ତ୍ତା ଆବାହ ସଂଗୀତ, ବନ୍ଦେ ମାରତମ୍ ତଥା ଭଜନ ପରିବେଷଣ କରିବା ପରେ ପ୍ରତିଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଭାଗବତ ପଣ୍ଡା ସ୍ୱାଗତ ଭାଷଣ ଦେଇ କବିତା ଲେଖିବାର ଉଦ୍ଦେଶ୍ୟ ସମ୍ପର୍କରେ ବର୍ଣ୍ଣନା କରି କବିତା ହେଉଛି କବିର ଜୀବନ ସେଥିରୁ ସେ ଅନିର୍ବଚନୀୟ ଆନନ୍ଦଲାଭ କରେ ଏହାର ଛନ୍ଦେ ଛନ୍ଦେ ଗଢି ଉଠେ ଜୀବନର ସାମ୍ୟ ସଂଗୀତ । ବିଶ୍ୱର ରହସ୍ୟ ହୁଏ ଉନ୍ମୋଚିତ ଓ ବିଶ୍ୱାତୀତ ଅଲୌକିକ ସତ୍ତା ହୁଏ ପ୍ରକାଶିତ ବୋଲି କହିଥିଲେ । ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷାଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ କବିତା ମାଧ୍ୟମରେ ତାଙ୍କର ଅଭିଭାଷଣ ପ୍ରଦାନ କରି ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍‌ଧ କରିଥିଲେ । ମୁଖ୍ୟବକ୍ତା ଭାବେ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରାଧ୍ୟାପକ ଡ. ବିଚିତ୍ରନାଥ ସାହୁ ଆଧୁନିକ ଓଡ଼ିଆ ସାହିତ୍ୟରେ କବିତାର ସ୍ଥାନ ସମ୍ପର୍କରେ ଦୀର୍ଘ ଆଲୋଚନା କରିଥିଲେ । ପରେ କବୟିତ୍ରୀ ସୁଧାମୟୀ ଦାସ ଓ ପାର୍ବତୀ ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଓଡ଼ିଆ, ଇଂରାଜୀ, ହିନ୍ଦୀ, ସାନ୍ତାଳୀ , ହୋ, ମୁଣ୍ଡାରୀ ପ୍ରଭୃତି ବିଭିନ୍ନ ଭାଷାରେ କବି କବୟିତ୍ରୀମାନେ ସେମାନଙ୍କର ସ୍ୱରଚିତ କବିତା ଆବୃତ୍ତି କରିଥିଲେ ।

କବି ସର୍ବଶ୍ରୀ ପ୍ରଦୀପ କୁମାର ନାୟକ, ସାମ୍ବାଦିକ ଦୀପକ କୁମାର ନାୟକ, ଦୋଳଗୋବିନ୍ଦ ମହାନ୍ତ, ସତ୍ୟବ୍ରତ ମିଶ୍ର, ପୂର୍ଣ୍ଣଚନ୍ଦ୍ର ସେଠୀ, ପ୍ରିୟନାଥ ପାଣି, ଡ. ଶଶୀଧର ବିଶ୍ୱାଳ, ସେକ୍ ଜିକ୍‌ରୁଲ୍ଲା, ହରିହର ଦାସ, ଡାକ୍ତର ଦୀପଙ୍କର ମିଶ୍ର, ଜୟନ୍ତ କୁମାର ଦ୍ୱାରୀ, ଡ. ସଂଜୀବ କୁମାର ପାଣିଗ୍ରାହୀ, ଗୋପାଳ ଚନ୍ଦ୍ର ସାଓ, ଜ୍ୟୋତିଶ୍ଚନ୍ଦ୍ର ମହାପାତ୍ର, ଗୋବିନ୍ଦ ଚନ୍ଦ୍ର ମାଝୀ, ନରେନ୍ଦ୍ର ମୋହନ ସେନାପତି, ସୁରେଶ କୁମାର ପାଣିଗ୍ରାହୀ, ପର୍ଶୁରାମ ସାହୁ, ନିରୋଦ ସୁନ୍ଦର ଜେନା, ଡାକ୍ତର କୁମାର ବାବୁଲି, ଅଧ୍ୟାପକ ରାଜେନ୍ଦ୍ର ସାମଲ ତଥା କବୟିତ୍ରୀ ଡ. ମନ୍ଦାକିନୀ ସାହୁ, ବୀଣାପାଣି ଦାଶ, ପ୍ରିତୀସୁଧା ତ୍ରିପାଠୀ, ବିଜୟଲକ୍ଷ୍ମୀ ମହାନ୍ତି, ଗୀତାରାଣୀ ସାହୁ, ମିନତୀ ଦାସ, ସ୍ନେହଲତା ନାୟକ, ବୀଣାପାଣି ପଣ୍ଡା, ଭାସ୍ୱତୀ ପଣ୍ଡା, ପୁଷ୍ପଲତା ସାହୁ, ଭଗବତୀ ଦାଶ, ସବିତାରାଣୀ ସିଟ୍‌, ଭାନୁମତି ସିଂହ, ଅପର୍ଣ୍ଣା ସିଂହ, ମଙ୍ଗତ ମୁର୍ମୁ ପ୍ରମୁଖ ବହୁ କବି କବୟିତ୍ରୀ କବିତା ପାଠ କରିଥିଲେ । ସଭାପତି ଡା. ଜେନା ପଠିତ ସମସ୍ତ କବିତା ଗୁଡିକର ସମୀକ୍ଷା କରି ଆଧୁନିକ କବିତା ବାସ୍ତବିକ ଜୀବନ ଓ ଜଗତର କଥା କହେ ବୋଲି ଉଲ୍ଲେଖ କରିଥିଲେ । ପ୍ରଥମେ କବି ଅଜିତ କୁମାର ପାଣିଗ୍ରାହୀ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ କବି ଗୋପାଳ ଚନ୍ଦ୍ର ସାଓ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପଦ୍ମନାଭ ସାହୁ, ଡା. କୈଳାସ ଚନ୍ଦ୍ର ମହାନ୍ତି, ଅଜିତ କୁମାର କବାଟ, ଶରତ ଚନ୍ଦ୍ର ନାୟକ, ନରୋତ୍ତମ ପାଣିଗ୍ରାହୀ, ସାମ୍ବାଦିକ ସୁକାନ୍ତ ଜୀଉ, ମେଜର ରବୀନ୍ଦ୍ର ନାଥ ପରିଡା, କୈବଲ୍ୟ ପ୍ରସାଦ ମହାପାତ୍ର, ଡ. ଭକ୍ତହରି ମହାନ୍ତ, ଇଂ ସତିଶ ଚନ୍ଦ୍ର ବେହେରା, ଦୋଳଗୋବିନ୍ଦ ଦାଶ, ନନ୍ଦଲାଲ ସିଂ, କାର୍ତ୍ତିକ ସେଠୀ, ରୋହିଦାସ ସିଂ, ଗତିକୃଷ୍ଣ ମହାନ୍ତ, ଅଭିମନ୍ୟୁ ମିଶ୍ର, ନରସିଂହ ବାରିକ ପ୍ରମୁଖ ବହୁ ବିଶିଷ୍ଟ ସାରସ୍ୱତ ସାଧକ ଉପସ୍ଥିତ ଥିଲେ ।