Df

ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ, ସମ୍ମିଳିତ ସଂକଳ୍ପବଦ୍ଧ “ବିକଶିତ ଭାରତ” ପରିକଳ୍ପନା କୁ ବାସ୍ତବତା ରେ ପରିଣତ କରିବ – ମୁଖ୍ୟଅତିଥି

State

ବାରିପଦା – ମୟୂରଭଞ୍ଜ ଜିଲ୍ଲାର ଦିତୀୟ ସର୍ବ ବୃହତ୍ତମ ଵାମନଘାଟୀ ଉପଖଣ୍ଡର ସଦରମହକୁମା ରାଇରଙ୍ଗପୁର ଷ୍ଟାଡିୟମ ପରିସରରେ ରେ ୭୮ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହ ରେ ଆନନ୍ଦ ଓ ଉଲ୍ଲାସର ପାଳିତ ହୋଇଯାଇଛି ।

ଏହି ପବିତ୍ର ଦିବସ ପାଳନ ଅବସରରେ ପ୍ରତ୍ଯୁଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ଡ଼ାକବାଜି ଯନ୍ତ୍ର ଜରିଆରେ ସହରରେ ରାମଧୂନ ପରିବେଷଣ ସହ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପରେ ପୂର୍ବାହ୍ନ ଘ.୦୯-୧୫ ମିନିଟ ସମୟ ରେ ଷ୍ଟାଡିୟମ ପରିସରରେ ଆୟୋଜିତ ଉପଖଣ୍ଡ ସ୍ତରୀୟ ଆନୁଷ୍ଠାନିକ ଉତ୍ସବରେ ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ କି ଦେଶ ମାତୃକାର ସ୍ବାଧୀନତା ପାଇଁ ୩୦୦ ବର୍ଷର ଫିରିଙ୍ଗି ବିଦେଶୀକୁ ଭାରତ ମାଟିରୁ ବିତାଡିତ କରି ଆମ୍ଭର ପୂର୍ବ ସୂରୀ,ଦିବଂଗତ ନେତା, ସ୍ବାଧୀନତା ସଂଗ୍ରାମୀ ଆମ୍ଭମାନଙ୍କୁ ସ୍ବାଧୀନତା ଦେଇଛନ୍ତି । ସେମାନଙ୍କ ବଳିଦାନ, ତ୍ୟାଗ ,ଦେଶଭକ୍ତି,ଜେଲ ଵରଣ ଯୋଗୁଁ ଆଜି ଆମ୍ଭେ ସ୍ବାଧୀନତାର ସ୍ବାଦଚାଖିଛୁ । ସେମାନଙ୍କୁ କୋଟି କୋଟି ନମନ ଓ ଗଭୀର ଶ୍ରଦ୍ଧାଂଜଳି । ଆମ୍ଭେ ସ୍ବାଧୀନତା ପାଇଛୁ ହେଲେ ଆମକୁ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନ ଓ ଅର୍ଥନୈତିକ ସ୍ବାଧୀନତା ହାସଲ ପାଇଁ ସମସ୍ତଙ୍କୁ ଜାତି,ଧର୍ମ ନିର୍ବିଶେଷରେ ମିଳିମିଶି ଅଧିକ କଠିନ ପରିଶ୍ରମ କରିବାକୁ ପଡିବ । ସେଥିପାଇଁ ‘ ଦେଶ ପ୍ରୀତି ଭାବ ସମସ୍ତଙ୍କ ମନରେ ଜାଗ୍ରତ ହେଉ’ ବୋଲି କହିଥିଲେ ।

ଆଜିର ଅନୁଷ୍ଠିତ ପ୍ୟାରେଡ ରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଏନସିସି, ସ୍କାଉଟ -ଗାଇଡ଼, ରେଡ଼କ୍ରସ ଓ ସିଭିଲିଆନ ଦଳ କୁ ମିଶାଇ ମୋଟ ୨୬ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ପ୍ୟାରେଡ଼ ପ୍ରତିଯୋଗିତା ରେ ଏନସିସି ଦଳ , ସ୍କାଉଟ ଗାଇଡ଼ ଓ ରେଡ କ୍ରସ ଦଳ ଏବଂ ସିଭିଲିଆନ ଦଳ ର ଶ୍ରେଷ୍ଠ ପ୍ରଥମ ଓ ଦ୍ଵିତୀୟ ବିବେଚିତ ଦଳଙ୍କୁ ଙ୍କୁ ମୁଖ୍ୟ ଅତିଥି ସିଲଡ଼ ପ୍ରଦାନ କରି ପୁରସ୍କୃତ କରିଥିଲେ.ପ୍ୟାରେଡ ଦଳର ପ୍ରଥମ ପୁରସ୍କାର ଗୁଡିକ ରାଇରଙ୍ଗପୁର ଡାକ ମଣ୍ଡଳଙ୍କ ସୌଜନ୍ୟ ରୁ ପ୍ରଦାନ କରାଯାଇଥିଲା ।
ସେହିପରି ୨୦୨୩-୨୪ ଶିକ୍ଷା ବର୍ଷ ରେ ବି.ଏସ. ଇ. ଓ., ସି. ବି. ଏସ. ଇ ଓ ଆଇ. ସି. ଏସ. ଇ ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ରେ ବାମନଘାଟି ଉପଖଣ୍ଡ ରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ୩ ଜଣ ବିଦ୍ୟାର୍ଥୀ ଯଥାକ୍ରମେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ବୁଦ୍ଧେଶ୍ୱର ମୁର୍ମୁ,କେନ୍ଦ୍ରୀୟ ବିଦ୍ୟାଳୟ ର ଜାସ୍ମିନ ସାହୁ ଓ କେରଲା ପବ୍ଲିକ ସ୍କୁଲ ର ଈଶାନ୍ତ ଢଣଢଣିଆ ଙ୍କୁ ପୁଷ୍ପଗୁଛ,ମାନପତ୍ର ଓ ପୁରସ୍କାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ଅବସରରେ ୭୮ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ଓ ପ୍ରସଂଶା ପତ୍ର ପ୍ରଦାନ କରିବା ସହ ବାମନଘାଟି ସଦର ମହକୁମା ରାଇରଙ୍ଗପୁର ଠାରେ ସରକାରୀ କାର୍ଯ୍ୟାଳୟ ଗୃହ ଆଲୋକୀକରଣ ପାଇଁ ରାଇରଙ୍ଗପୁର ତହସିଲ କାର୍ଯ୍ୟାଳୟ ଶ୍ରେଷ୍ଠ ବିବେଚିତ ହୋଇଥିବାରୁ ତହସିଲଦାର ଶ୍ରୀ ବିଶ୍ଵନାଥ ବିଶ୍ୱାଳ ଙ୍କୁ ମୁଖ୍ୟ ଅତିଥି ପୁଷ୍ପ ଗୁଚ୍ଛ ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ ।

Ewre

ପରେ ପରେ ମୁଖ୍ୟ ଅତିଥି ଙ୍କ ସହ ରାଇରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ ଶ୍ରୀ ଅଭିଷେକ ପଟ୍ଟନାୟକ ଓ ଅଧ୍ୟକ୍ଷା ଶ୍ରୀମତୀ ମମିତା ଚୌଧୁରୀ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ର ରୋଗୀ ମାନଙ୍କୁ ଏବଂ ରାଇରଙ୍ଗପୁର ଉପକାରାଗାର ର ଅନ୍ତେବାସୀ ମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ.
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ପ୍ୟାରେଡ ରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ଙ୍କୁ ମିଷ୍ଟlନ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା ।

ଆଜିର ଅନୁଷ୍ଠିତ କାଯ୍ୟକ୍ରମ ରେ ରାଇରଙ୍ଗପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଗୋକୁଳା ନନ୍ଦ ସାହୁ, ରାଇରଙ୍ଗପୁର ଟାଉନ ଥାନା ଆଇ ଆଇ ସି, ଶ୍ରୀ ସୁଚନ୍ଦ୍ର ମହାଳିକ, ,ସହକାରୀ ଅଗ୍ନିଶମ ଅଧିକାରୀ, ରାଇରଙ୍ଗପୁର ପୌର ପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପିତାମ୍ବର ନାୟକ ବିଭିନ୍ନ ବିଭାଗୀୟ ପଦାଧିକାରୀ, ସହର ର ମାନ୍ୟ ଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ବିଭିନ୍ନ ଗଣ ମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
ସହକାରୀ ଶିକ୍ଷକ ଶ୍ରୀ ରଞ୍ଜନ କୁମାର ନନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ କୁ ଉପଜିଲ୍ଲାପାଳ ଙ୍କ ତତ୍ୱାବଧାନ ରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଗ୍ରନ୍ଥାଗାରିକ ଶ୍ରୀ ହରିଶ ଚନ୍ଦ୍ର ମହାପାତ୍ର ଓ ସଂଗ୍ରାମ ବିଶ୍ୱାଳ ପରିଚାଳନାରେ ସହଯୋଗ କରିଥିଲେ l