Img 20240701 Wa0225

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ପାଳିତ ହେଲା ଜାତୀୟ ଡାକ୍ତର ଦିବସ

State

ଅନୁଷ୍ଠିତ ହେଲା ମେଗା ରକ୍ତ ଦାନ ଶିବିର; ୧୩୦ ୟୁନିଟ ରକ୍ତ ସଂଗୃହିତ

ବାରିପଦା : ଜାତୀୟ ଡାକ୍ତର ଦିବସ ଅବସରରେ ତା ୦୧.୦୭.୨୦୨୪ ରିଖ ଦିନ IMA Mayurbhanj , OMSA Mayurbhanj ଏବଂ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଛାତ୍ର ସଂଗଠନର ମିଳିତ ଆନୁକୂଲ୍ୟରେ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହେଇଯାଇଛି।ଶିବିର କୁ ମେଡିକାଲ କଲେଜ ଏବଂ ହସ୍ପିଟାଲର ଅଧ୍ୟକ୍ଷ ଡଃ ପ୍ରତିଭା ପଣ୍ଡା , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକ୍ଷକ, ଡାଃ ଅଭୟ କୁମାର ଦାଶ ଏବଂ IMA Odisha ର ସଭାପତି ଡଃ ଶ୍ୟାମ ସୁନ୍ଦର ଖଣ୍ଡେଲୱାଲ ଉଦ୍ଘାଟନ କରିଥିଲେ। ମେଡିକାଲ କଲେଜର ଡାକ୍ତରୀ ଛାତ୍ର ମାନଙ୍କ ସମେତ ମୟୁରଭଞ୍ଜ ଜିଲ୍ଲା ର ଅନେକ ଡାକ୍ତର ବୃନ୍ଦ ରକ୍ତ ଦାନ କରି ଏହି ଶିବିର କୁ ସାଫଲ୍ୟମଣ୍ଡିତ କରିଥିଲେ। ସୂଚନା ଯୋଗ୍ୟଯେ ଏହି ଶିବିରରୁ ମୋଟ ୧୩୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଏଥି ସହିତ ସାମ୍ପ୍ରତିକ ପରିସ୍ଥିତିରେ ପରିବେଶର ସନ୍ତୁଳନ ରକ୍ଷା କରିବା ନିମନ୍ତେ IMA Mayurbhanj ପକ୍ଷରୁ ମେଡିକାଲ କଲେଜ ପରିସରରେ ୧୩୦ ଗୋଟି ବୃକ୍ଷରୋପଣ ମଧ୍ୟ କରା ଯାଇଥିଲା। ପ୍ରତିଦିନ ନିରବିଛିନ୍ନ ଭାବେ ରୋଗୀ ସେବା ଯୋଗାଇବା ସହିତ କଲେଜ ପରିସରରେ ୧୩୦ ଗୋଟି ବୃକ୍ଷରୋପଣ ପରି ସାମାଜିକ କଲ୍ୟାଣ ପୂର୍ବକ କାର୍ଯ୍ୟ କରୁଥିବା ଏହି ଡାକ୍ତର ବୃନ୍ଦ ବାସ୍ତବରେ ପ୍ରଶଂସନୀୟ। ଆଜିର କାର୍ଯ୍ୟକ୍ରମରେ ବିଶେଷ ବ୍ୟକ୍ତି ବିଶେଷ ମାନଙ୍କ ମଧ୍ୟରେ ଡଃ ବିଜୟ କୁମାର ଦାସ ,ଡଃ ପ୍ରଣବ ଶଙ୍କର ଦାସ, ଡଃ ଜ୍ଞାନେନ୍ଦ୍ର ମହାନ୍ତି, ଡଃ ବିଶ୍ୱନାଥ ଦାସଡଃ ଦୁର୍ଗାମାଧବ ଦାସ ,ଡଃ କୃଷ୍ଣ ଚନ୍ଦ୍ର ମହାନ୍ତି,ଡଃ ଇନ୍ଦ୍ରାଣୀ ମହାନ୍ତି ଏବଂ ଡଃ ପ୍ରମିତା ସାହୁ ପ୍ରମୁଖ ଯୋଗଦାନ କରିଥିବା ବେଳେ, ବ୍ଲଡ଼ ବ୍ୟାଙ୍କ ଅଧକାରୀ ଡଃ ସୌମ୍ୟରଞ୍ଜନ ନାୟକ ଏହି କାର୍ଯ୍ୟକ୍ରମର ସଂଯୋଜନା ତଥା ପରିଚାଳନା କରିଥିଲେ।