Photo For The News Of Tikira Srirampur Biju Setu

ବର୍ଷାଋତୁ ଆସିଲା, କାର୍ଯ୍ୟକ୍ଷମ ହୋଇପାରିଲାନି ଟିକିରା-ଶ୍ରୀରାମପୁର ବିଜୁ ସେତୁ

State

ଆଗରପଡ଼ା :ଆପ୍ରୋଚ ରୋଡକୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ ହୋଇ ସାରିଥିଲେ ସୁଦ୍ଧା ଗ୍ରାମବାସୀଙ୍କ ଅସହଯୋଗ ଯୋଗୁଁ ବର୍ଷାଋତୁ ଆସିଲା କିନ୍ତୁ କାର୍ଯ୍ୟକ୍ଷମ ହୋଇପାରିଲାନି ବିଜୁ ସେତୁ । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ସ୍ଥିତ ଟିକିରା-ଶ୍ରୀରାମପୁର ଗ୍ରାମକୁ ସଂଯୋଗୀକରଣ ନିମନ୍ତେ ସାଳନ୍ଦୀ ନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହେଉଥିବା ବିଜୁ ସେତୁ କ୍ଷେତ୍ରରେ । ଟିକିରା-ଶ୍ରୀରାମପୁର ଅଂଚଳର ପ୍ରମୁଖ ବ୍ୟବସାୟୀକ କେନ୍ଦ୍ର ଆଗରପଡ଼ା କିନ୍ତୁ ସାଳନ୍ଦୀ ନଦୀ ଏଥି ପାଇଁ ବାଧକ ସୃଷ୍ଟି ହେଉଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ଦାବି ଫଳରେ ସ୍ୱର୍ଗତ ତତ୍କାଳିନ ସାଂସଦ ଅର୍ଜ୍ଜୁନ ଚରଣ ସେଠୀ ଓ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସହଯୋଗରେ ବିଜୁ ସେତୁ ନିର୍ମାଣ ପାଇଁ ୪ କୋଟି ୨୧ ଲକ୍ଷ ୯୨ ହଜାର ୪୨୦ ଟଙ୍କାର ପ୍ରକଳ୍ପ ମଂଜୁର ହୋଇଥିଲା । ୨୦୧୬ ଫେବୃୟାରୀ ୪ ତାରିଖରେ ନିର୍ମାଣ ହୋଇ ୨୦୧୭ ଅକ୍ଟୋବର ୩ରେ କାର୍ଯ୍ୟ ଶେଷ ହେବାର ଥିଲା । ବିଭିନ୍ନ ସମସ୍ୟାରୁ ଅବଧି ସରିବାର ବହୁ ବିଳମ୍ବରେ ସେତୁ କାର୍ଯ୍ୟ ସମାପ୍ତି ହୋଇଥିଲେ ସୁଦ୍ଧା ରାସ୍ତା ସଂଯୋଗୀକରଣ(ଆପ୍ରୋଚ ରୋଡ଼) ସେତୁ ନିର୍ମାଣରେ ଆଉ ଏକ ସମସ୍ୟା ରୂପେ ଠିଆ ହୋଇଥିଲା । ଉକ୍ତ ସମସ୍ୟାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଗୋଟିଏ ପାଶ୍ୱର୍ ଆପ୍ରୋଚ ରୋଡ ସମସ୍ୟାର ସମାଧାନ ହୋଇ ଗତ ବର୍ଷ ୨୦୨୨ ଏପ୍ରିଲ ମାସରେ ଏହାର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା କିନ୍ତୁ ଅନ୍ୟ ଏକ ପାଶ୍ୱର୍ ଆପ୍ରୋଚ ରୋଡ ସମସ୍ୟାର ସମାଧାନ ହୋଇପାରୁନଥିବାରୁ ଏହାର ନିର୍ମାଣ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରୁନଥିବାରୁ ଜନ ଅସନ୍ତୋଷ ବଢିବାରେ ଲାଗିଛି ।