Onn 3

ମାରିସା ପକ୍ଷରୁ ବିଶାଳ ଛାତ୍ରସମାବେଶ ଅନୁଷ୍ଠିତ

State

ବାରିପଦା: ତଖତପୁର ସ୍ଥିତ ହୋଲି ପ୍ୟାଲେସ୍‌ଠାରେ ମାସ୍‌ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ୍‌ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ (ମାରିସା) ପକ୍ଷରୁ ବିଶାଳଛାତ୍ର ସମାବେଶ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ନବାଗତ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବାସହ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଛି। ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବାଙ୍ଗ୍ରିପୋଷି ବିଧାୟକ ତଥା ଓଡ଼ିଶା ସରକାରଙ୍କ ବିଦ୍ୟାାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଅତିରିକ୍ତ ରାଜ୍ୟସ୍ଵ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି ,ମୁଖ୍ୟବକ୍ତା ଭାବେ ପୂର୍ବତନ ଡି.ଏସ୍‌.ପି. ରାଇସେନ୍ ମୁର୍ମୁ ଏବଂ ସମ୍ମାନିତ ଅତିଥିଭାବେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସାନ୍ତାଳୀ ବିଭାଗର ଏଚ୍. ଓ.ଡି ପ୍ରଫେସର ଜତିନ୍ଦ୍ରନାଥ ବେଶ୍ରା, ସମାଜସେବୀ ଶିରିସ୍ ହେମ୍ବ୍ରମ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ରାସାୟନ ବିଭାଗର ଏଚ୍.ଓ.ଡି ଡ. ସୁଧିର କୁମାର କିସ୍କୁ, ନୃତ୍ତତ୍ଵ ବିଭାଗର ଡ଼. ସାୱନା ଚରଣ ମାଝୀ, ସାନ୍ତାଳୀ ଅଧ୍ୟାପକ ଲକ୍ଷ୍ମଣ ବାସ୍କେ, ମାସା ସଭାପତି ସୁନୀଲ ସୋରେନ୍, ବାସା ସଭାପତି ପ୍ରଦୀପ କୁମାର ମାର୍ଣ୍ଡି, ଓମସା ସଭାପତି ମଙ୍ଗଲ ସିଂ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ପ୍ରଥମେ ଆଦିବାସୀ ମହାପୁରୁଷଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜଳିତ କରି ଅତିଥିମାନେ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲି ।

ଅତିଥିମାନେ ନବାଗତ ଛାତ୍ରଛାତ୍ରୀଙ୍କୁ ଜୀବନର ଲକ୍ଷ୍ୟ ସହ ପ୍ରକୃତ ଶିକ୍ଷାର ସଜ୍ଞା ବୁଝାଇବା ସହ ସେମାନେ ଜୀବନରେ ସଫଳ ହେବା ପାଇଁ ସାଧନା ଏବଂ ପରିଶ୍ରମର ଆବଶ୍ୟକତା ରହିଛି ବୋଲି ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ କବିତା,ଡିବେଟ୍ , କ୍ରିୟେଟିଭ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା। ପ୍ରଥମ ଚାରିଜଣ ବିଜେତା ପ୍ରତିଯୋଗୀଙ୍କୁ ମାନପତ୍ରସହ ଆର୍ଥିକରାଶି ଦ୍ବାରା ପୁରସ୍କୃତ କରାଯାଇଥିଲା । ଏଥିରେ ସଙ୍ଗଠନର ଧ୍ୟାନଚାନ୍ଦ ସୋରେନ୍, ଚାନ୍ଦ ତାରାଶ୍ ମାର୍ଣ୍ଡି,ଶାନ୍ତିଲତା ସୋରେନ୍,ରାଇମଣୀ ଟୁଡୁ, ଅଜିତ୍‌ ଟୁଡୁ , ଲିଟୁ ହାଁସଦାଃ, ରାଜେଶ ବେଶ୍ରା, ନବ ମାର୍ଣ୍ଡି, କରନ୍ ମୁର୍ମୁ, ଶାଙ୍ଖ ମୁର୍ମୁ, ରଘୁନାଥ ମୁର୍ମୁ, ହାଁସୁ ସିଂ, ଦୁର୍ଗା ମୁର୍ମୁ, ସତ୍ୟ ଟୁଡ଼ୁ ପ୍ରମୁଖ କର୍ମକର୍ତ୍ତା ସହଯୋଗ କରିଥିଲେ । ମାରିସାର ଜିଲ୍ଳା ସଭାପତି ତଫାନ୍‌ ହେମ୍ବ୍ରମ ମଞ୍ଚ ପରିଚାଳନାକରି ଶେଷରେ ଧନ୍ୟବାଦ ଦେଇଥିଲେ ।