Onn 3

ମୟୂରଭଂଜରେ ଜିଲ୍ଲା ସ୍ତରୀୟ ବିଶ୍ୱ କୁଷ୍ଠ ଦିବସ ପାଳନ

State

ବାରିପଦା: ମୟୂରଭଂଜ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ମଙ୍ଗଳବାର ଦିନ ବିଶ୍ୱ କୁଷ୍ଠ ଦିବସ ପାଳନ ହୋଇଯାଇଛି | ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ ଜିଲ୍ଲା ସଦର ମହକୁମା ବାରିପଦାର ରଘୁନାଥପୁର ଠାରେ ଥିବା ଲେପରସି କଲୋନୀରେ, ଗ୍ରାମ ସଫେଇ, ସ୍ୱାସ୍ଥ୍ୟ ପରୀକ୍ଷା ଆଦି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା |ଏଥି ସହିତ ବିଭିନ୍ନ ଲେପରସି କଲୋନୀର ଛାତ୍ର ଛାତ୍ରୀଙ୍କ ଦ୍ୱାରା ଏକ ଚିତ୍ରାଙ୍କନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା ଏବଂ ସାଧାରଣ ସଭାରେ ସେମାନଙ୍କୁ ପୁରସ୍କୃତ କର ଯାଇଥିଲା | ଏହି ସାଧାରଣ ସଭା ସହିତ କୁଷ୍ଠ ରୋଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏକ ସ୍ୱାସ୍ଥ୍ୟ ଶିବିର ଏବଂ ମାଗଣା ଔଷଧ ବିତରଣ କରାଯାଇଥିଲା |

ଏହି କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜନା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ବେହେରା କରିଥିବା ବେଳେ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଜିଲ୍ଲା ଲେପରସି ଅଧିକାରୀ ଶ୍ରୀ ବସନ୍ତ କୁମାର ଦାଶ, ମୁଖ୍ୟ ବକ୍ତା ଭାବେ ବିଜୟ କୁମାର ବେହେରା, ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ପ୍ରମୁଖ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମ ମାଧ୍ୟମରେ ” କୁଷ୍ଠ ରୋଗର ନିଦାନ” ଓ ଏହାକୁ ନେଇ ପ୍ରଚାରିତ ବାର୍ତାକୁ ଜନମାନସରେ ପ୍ରେରଣ କରାଯାଇଥିଲା. ସମସ୍ତ ଲେପରସି କଲୋନୀର ମୁଖିଆ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରା ସହିତ ଭିନ୍ନକ୍ଷମ ପିଲା ମାନଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କୃତ ମଧ୍ୟ କରା ଯାଇଥିଲା |