ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ତାହା ପୁଣି ତାଙ୍କ ସରକାରୀ କ୍ବାର୍ଟର୍ସରୁ । ମୃତ କନେଷ୍ଟବଳ କେନ୍ଦୁଝରର ତୋଫାନ କୁମାର ପାତ୍ର ବୋଲି ଜଣାପଡିଛି । ଘଟଣାସ୍ଥଳରେ ତିହିଡ଼ି ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏବଂ ତଦନ୍ତ ଆରମ୍ଭ କରିଛି ।
